ଖେଳ ହେଲା କାଳ, ନିଆଁରେ ପୋଡି ହୋଇ ୪ ଶିଶୁ ଗୁରୁତର

Published By : Prameya-News7 Bureau | February 23, 2020 IST

ବ୍ରହ୍ମପୁର ୨୩।୨: ନିଆଁରେ ପୋଡି ହୋଇ ୪ ଶିଶୁ ଗୁରୁତର । ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":228003,"sizeSlug":"large"}

ସୂଚନାଯୋଗ୍ୟଯେ, ଖଇରଛଟା ଗାଁର ୪ ଶିଶୁ ପାଳ ଗଦା ନିକଟରେ ଖେଳୁଥିବା ବେଳେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ୪ ଶିଶୁ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୩ ଜଣ ପୁଅ ଏବଂ ଜଣେ ଝିଅ ରହିଥିବା ଜଣାପଡିଛି ।

{"id":228005,"sizeSlug":"large"}

ଶିଶୁଙ୍କ ଶରୀରର ୮୦ ଭାଗ ପୋଡି ଯାଇଛି । ସମସ୍ତଙ୍କ ବୟସ ୭ ରୁ ୯ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ପାଳରେ ଘର କରି ଖେଳୁଥିବା ବେଳେ ଲାଗିଯାଇଥିଲା ନିଆଁ । ୪ ଗୁରୁତର ଶିଶୁଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.