ଦୁର୍ଘଟଣାରେ ଗୁରୁତରଙ୍କୁ ନେବାକୁ ରାସ୍ତାରେ ଛିଡା ହୋଇଥିଲା ଆମ୍ୱୁଲାନ୍ସ: ପିଟିହେଲା ଦ୍ରୁତ ଗତିରେ ଆସୁଥିବା କାର୍, ୫ ମୃତ

Published By : Prameya-News7 Bureau | October 05, 2022 IST

ମୁମ୍ୱାଇ ୦୫/୧୦: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ବଡ଼ ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ପ୍ରାୟ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାନ୍ଦ୍ରା ଠାରୁ ୱର୍ଲି ଯାଉଥିବା ରାସ୍ତାରେ ଘଟିଛି ଦୁର୍ଘଟଣା ।

ପୂର୍ବରୁ ସେହି ସ୍ଥାନରେ ଏକ ଦୁର୍ଘଟଣା ଘଟିଥିଲା । ​​ଯେଉଁଥିରେ ଆହତ ଲୋକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା । ଯେତେବେଳେ ରାସ୍ତାରେ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡି ଛିଡା ହୋଇଥିଲା । ହେଲେ ରାସ୍ତାରେ ଛିଡା ହୋଇଥିବା ଗାଡି ଗୁଡିକ ଉପରେ ପିଟି ହୋଇଥିଲା ଦ୍ରୁତ ଗତିରେ ଆସୁଥିବା କାର୍ ।

wp:html /wp:html

ଫଳରେ ସେଠାରେ ଠିଆ ହୋଇଥିବା ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ଅକାଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୁରା ଘଟଣା ଏକ ରାସ୍ତା କଡରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

wp:html /wp:html

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, 'ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ସେଠାରେ ଭୟର ବାତାବରଣ ଖେଳିଯାଇଛି । ଆହୁରି ମଧ୍ୟ କୁହାଯାଇଛି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ମୁଁ ଆଶା କରୁଛି ଯେଉଁମାନେ ଆହତମାନେ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.