ପୋଲିସ୍ କବ୍‌ଜାରେ ବାଇକ୍‌ ଚୋରି ଗ୍ୟାଙ୍ଗ, ୪ ନାବାଳକ ଅଟକ

Published By : Prameya-News7 Bureau | January 15, 2023 IST

ଆଠଗଡ଼ ୧୫।୦୧ : ପୋଲିସ କବ୍‌ଜାରେ ଚୋରି ଗ୍ୟାଙ୍ଗ । କିଛି ଦିନ ହେବ ପୋଲିସର ନିଦ ହଜାଇଥିବା ଗ୍ୟାଙ୍ଗକୁ ଧରିଛି ପୋଲିସ । ତିନୋଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ଖବର ଅନୁଯାୟୀ, ଗତ କିଛି ହେବ ଆଠଗଡ଼ରେ ଗାଡି ଗ୍ୟାଙ୍ଗ ପୋଲିସର ନିଜ ହଜାଇ ଦେଇଥିଲା । ଲଗାତର ଭାବେ ଆଠଗଡ଼ର ଅଶୋକ ନଗର , ବାଣିକଣ୍ଠ ନଗର, ମୈତ୍ରୀ ନଗର ଅଞ୍ଚଳରୁ ବାଇକ ସବୁ ଚୋରି ହେବାରେ ଆଠଗଡ଼ ପୋଲିସ ଚୋର ମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ ଗାଁ ମୁଣ୍ଡରେ  ଲୁଟେରା ମାନେ ଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଠଗଡ଼ ପୋଲିସ  ଚଢ଼ାଉ କରିଥିଲା । ଏଥିରେ ଚାରି ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସେମାନଙ୍କ ସୂଚନାକୁ ଆଧାର କରି ଢେଙ୍କାନାଳ ଜିଲ୍ଲାର ତରଭା ଫାଣ୍ଡି ଅଞ୍ଚଳରୁ ଚାରୋଟି, ଆଠଗଡ଼ ଥାନା ଅନ୍ତର୍ଗତ ବାଇଧିରି ପାଟଣାରୁ ଗୋଟିଏ, ଭୋଗରାଇରୁ ଗୋଟିଏ ଗାଡି ସହିତ ଲୁଟେରା ମାନେ ବ୍ୟବହାର କରୁଥିବା ଏକ ସ୍କୁଟି ମଧ୍ୟ ଜବତ ହୋଇଛି ।

ତେବେ  ଲୁଟ୍ ହୋଇଥିବା ଗାଡି ଭିତରେ ଦୁଇଟି ପଲସର, ଗୋଟିଏ ୟୁନିକର୍ଣ୍ଣ, ଗୋଟିଏ ସିଡି ଡିଲକ୍ସ, ଗୋଟିଏ ଆପାଚି ଏବଂ ଗୋଟିଏ ହୋଣ୍ଡା ଆକ୍ଟିଭା ରହିଛି। ନାବାଳକ ଚାରି ଜଣଙ୍କୁ ଗିରଫ କରି ବାଳ ଅପରାଧି ଅଦାଲତକୁ ପଠାଯାଇଛି। ଏହାବ୍ୟତୀତ ଚୋରା ଗାଡି ରଖିଥିବା ଅପରାଧରେ ବାଇଧିରି ପାଟଣାର ରତ୍ନାକର ବ୍ରହ୍ମ  ଏବଂ ଭୋଗରା ଗାଁ ରମାକାନ୍ତ ସାହୁ  ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.