ରାଜଧାନୀରୁ ଭାଙ୍ଗ ଓ ଗଞ୍ଜେଇ ଜବତ : ୪ ବେପାରୀ ଗିରଫ

Published By : Prameya-News7 Bureau | February 22, 2024 IST

ଭୁବନେଶ୍ବର ୨: ରାଜଧାନୀରୁ ପୁଣି ଭାଙ୍ଗ ଓ ଗଞ୍ଜେଇ ଜବତ । ୫ କ୍ବିଣ୍ଟାଲ ଭାଙ୍ଗ ସହିତ ୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଭାଙ୍ଗ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଗିରଫ । ଚାରି ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

{"id":912458,"sizeSlug":"full","linkDestination":"none"}

ନୂଆ ବାଇକ୍, କ୍ୟାରିବ୍ୟାଗରେ ଗଞ୍ଜେଇ । ଦେଖାଯାଉଥିଲା ସତେକି କେଉଁଆଡେ ଯିବ । ତାକୁ କିନ୍ତୁ ଅବକାରୀ ବିଭାଗ ଆଗରୁ ଯାଣିଥିଲା । ଗତ ୮ ମାସ ତଳେ ଗଞ୍ଜେଇ ଭର୍ତ୍ତି କାର ସହ ଅବକାରୀ ବିଭାଗ ହାତରେ ଧରାପଡି ଜେଲ ଯାଇଥିଲା ଅଭିଯୁକ୍ତ ରମେଶ ପ୍ରଧାନ । ଜେଲରୁ ବାହାରିବା ପରେ ମଧ୍ୟ ପୁରୁଣା ବେପାରକୁ ଛାଡି ପାରିନଥିଲା । ରମେଶର ପ୍ରକୃତ ଘର ନିମାପଡା ଅଞ୍ଚଳରେ । ସେ କିନ୍ତୁ ସାଇ ମନ୍ଦିର ପଛପଟେ ଭଡାରେ ରହି ଏହି ବେପାର ଆରମ୍ଭ କରିଦେଇଥିଲା । ରମେଶକୁ ଗୁରୁବାର ସକାଳୁ ସକାଳୁ ସାଇ ମନ୍ଦିର ନିକଟ ବ୍ରିଜ ନିକଟରୁ ଗଞ୍ଜେଇ ସହ ଧରିଥିଲା ଅବକାରୀ ବିଭାଗ ।

ସେହିଭଳି ଗୁରୁବାର ସକାଳୁ ସକାଳୁ ବାଲିଅନ୍ତା ଥାନା ଅନ୍ତର୍ଗତ ମହୁପଣ୍ଡା ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା ଓ ଦିଲ୍ଲୀପ ବେହେରାଙ୍କ ଘରେ ରେଡ୍ କରିଥିଲେ ଅବକାରୀ ଜୋନ୍ ଅଧିକାରୀ । ଦୁଇଟି ଘର ସର୍ଚ୍ଚ ସମୟରେ ପ୍ରାୟ ୫ କ୍ବିଣ୍ଟାଲ ୫୦ କେଜି ଭାଙ୍ଗ ଜବତ କରାଯାଇଥିଲା । ଅଖାରେ ଏହି ଭାଙ୍ଗକୁ ଭର୍ତ୍ତି କରି ବିକ୍ରି ପାଇଁ ରଖାଯାଇଥିଲା । ଆଗକୁ ନିର୍ବାଚନ ସାଙ୍ଗକୁ ହୋଲି ଥିବାରୁ ଭାଙ୍ଗର ଚାହିଦା ମୁତାବକ ଏତେ ପରିମାଣର ଭାଙ୍ଗ ବେପାରୀ ଘରେ ଷ୍ଟକ ରଖିବା ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/5t-chairman-v-k-pandian-visit-ganjam-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5t-chairman-v-k-pandian-visit-ganjam-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.