ମହିଳା ଭେଟେରନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ନିଆଁରେ ପୋଡ଼ି ହତ୍ୟା, ୪ଗିରଫ

Published By : Prameya-News7 Bureau | November 30, 2019 IST

ହାଇଦ୍ରାବାଦ ୩୦।୧୧: ତେଲେଙ୍ଗାନା ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ।  ଜଣେ ମହିଳା ଭେଟେରନାରୀ ଡାକ୍ତରଙ୍କୁ ବଳତ୍କାର କରି ନିଆଁରେ ପୋଡ଼ି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ପୀଡ଼ିତା ଜଣକ ଦୁଷ୍କର୍ମର ଶିକାର ହୋଇ ଜୀବନ ହାରିବା ପୂର୍ବରୁ ଶେଷ ଥର ପାଇଁ ସାନ ଭଉଣୀକୁ ଫୋନ୍ କରିଥିଲେ । ଏସବୁ ଭିତରେ ତେଲଙ୍ଗାନାର ଜଣେ ମନ୍ତ୍ରୀ ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଉଠିଛି ପଡ଼ିଛି ରାଜନୀତି

{"id":191903,"sizeSlug":"large"}

ସୂଚନାଯୋଗ୍ୟ- ତେଲେଙ୍ଗାନାରେ କୋହରାମ । ଭେଟନାରୀ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜାଳିଦେଲେ ଜହ୍ଲାଦ । ବୁଧବାର ଏଭଳି ଅମାନୁଷିକ କାଣ୍ଡ ଘଟିଥିବା ବେଳେ, ଏହାକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ମୃତ ଡାକ୍ତର ଜଣକ ବୁଧବାର ସଂଧ୍ୟାରେ ଗାଚ୍ଛିବୋଲିରେ ଥିବା ଏକ ସ୍କିନ କ୍ଲିନକ୍ କୁ ଟ୍ରିଟମେଣ୍ଟ ପାଇଁ ଯାଇଥିଲେ । ତେବେ କ୍ଲିନିକରୁ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଟୋଲ୍  ପ୍ଲାଜା ନିକଟରେ ତାଙ୍କ ସ୍କୁଟି ଟାୟାର ଲିକ୍ ହୋଇଯାଇଥିଲା । ୯.୪୪ରେ ସେ ତାଙ୍କ ସାନ ଭଉଣୀ ନମ୍ବରକୁ ଫୋନ କରିଥିବା ବେଳେ, କିଛି ଅଚିହ୍ନା ଯୁବକ ତାଙ୍କୁ ଫଲୋ କରୁଥିବା କହିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସ୍କୁଟି ସଜାଡିବା ପାଇଁ  ଜିଦି କରିଥିଲେ । ତେଣୁ ସ୍କୁଟି ଆସିବା ଯାଏ ସାନ ଭଉଣୀଙ୍କୁ ତାଙ୍କ ସହ କଥାବାର୍ତ୍ତା ଜାରି ରଖିବା ପାଇଁ କହିଥିଲେ ପୀଡ଼ିତା ।

{"id":191904,"sizeSlug":"large"}

ପରେ ରାତି ସାଢ଼େ ୧୦ଟାରେ ସାନ ଭଉଣୀ ତାଙ୍କ ନମ୍ବରକୁ ଫୋନ କରିବା ପରେ ମୋବାଇଲ ସ୍ବିଚ୍ ଅଫ୍ ଆସିଥିଲା । ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ଶେଷରେ ଟୋଲ୍ ପ୍ଲାଜା ନିକଟରେ ଥିବା ଏକ ଅଣ୍ଡରପାସ୍ ରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ପୋଲିସ ସନ୍ଦେହ କରୁଛି । ତେବେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । 

{"id":191908,"width":579,"height":337,"sizeSlug":"large"}

ସେପଟେ ଘଟଣାକୁ ନେଇ ବେଶ ଦାୟିତ୍ବହୀନ ମନ୍ତବ୍ୟ ରଖିଛନ୍ତି ତେଲଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମାହମୁଦ ଅଲ୍ଲି । ଯୁବତୀ ଜଣକ ଶିକ୍ଷିତ ହୋଇଥିବା ବେଳେ ଭଉଣୀକୁ ଫୋନ ନ କରି ପୋଲିସକୁ ଫୋନ୍ କରିଥିଲେ ସବୁକିଛି ଠିକ୍ ହୋଇଥାନ୍ତା ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ତେଲଙ୍ଗାନାରେ ଓକିଲମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନ ଅପିଲ କରିଛନ୍ତି । ତେବେ ଦୋଷୀଙ୍କୁ ଧରା ହେବା ସହ କେବେ କାର୍ଯ୍ୟାନୁଷ୍ଠାନ ହେଉଛି, ଏବେ ତାହା ଉପରେ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.