ପୁଣି ବ୍ରାଉନସୁଗାର ଜବତ, ୪ ଅଭିଯୁକ୍ତ ଗିରଫ
12/03/2020 at 10:03 AM

ଭୁବନେଶ୍ବର ୧୨।୩: ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ। ଜବତ କଲା ନୟାପଲ୍ଲୀ ଥାନା ପୋଲିସ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଷଣ୍ଢପାଲି ଗାଁର ସୁକାନ୍ତ ବେହେରା, ବାଲେଶ୍ବରର ସହଦେବଖୁଣ୍ଟାର ସନା ମଲ୍ଲିକଙ୍ଗ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଦୁଇଟି ମୋବାଇଲ ସହ ୭୫୦ ଟଙ୍କା ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ହେବ ୫ ଲକ୍ଷ ଟଙ୍କାରୁ ଅଧିକ।

ସେହିଭଳି ଜଟଣୀ ଥାନା ଅଞ୍ଚଳରେ ଡ୍ରଗ୍ ଟାକ୍ସ ଫୋର୍ସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଟାଉନ୍ ଅଞ୍ଚଳଳର ଦିଲ୍ଲୀପ ହରିଚନ୍ଦନ ଏବଂ ଖୋର୍ଦ୍ଧା ସଦର ଅଞ୍ଚଳର ମହମ୍ମଦ ଶେଖାଓ୍ବତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଦୁଇଟି ବାଇକ୍, ମୋବାଇଲ ଫୋନ୍ ସହ ନଗଦ ୩ଶହ ଟଙ୍କା ଜବତ ହୋଇଛି ।
Related Posts
ଧସିଲା ପଥର ପ୍ୟାକିଂ ଓ ଗେଙ୍ଗୁଟି ନଦୀବନ୍ଧ, ଶତାଧିକ ପରିବାର ଆତଙ୍କିତ
14 August 2022
ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ଗିରଫ କଲା କୁମ୍ଭାରପଡ଼ା ପୋଲିସ
14 August 2022
ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
14 August 2022