krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ଘଟଣା, ୪ ଅଭିଯୁକ୍ତ ବାନ୍ଧିଲା ପୋଲିସ

19/08/2023 at 2:57 PM

ବିହାର ୧୯/୦୮: ବିହାରର ସାମ୍ବାଦିକ ବିମଲ କୁମାର ଯାଦବଙ୍କୁ ତାଙ୍କ ଘର ସାମ୍ନାରେ ଗୁଳିମାରି ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ବିମଲଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଏହି ହତ୍ୟା ଘଟଣାରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ୮ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା କଥା FIRରେ ଉଲ୍ଲେଖ ଅଛି। ସେମାନଙ୍କ ମଧ୍ୟରୁ ୪ଜଣ ଧରାପଡ଼ିଛନ୍ତି।

୨୦୧୯ରେ ବିମଳ ଯାଦବଙ୍କ ସାନଭାଇଙ୍କୁ ମଧ୍ୟ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ଥିଲେ ସାମ୍ବାଦିକ ବିମଲ ଯାଦବ। ସେ ଦେଇଥିବା ବୟାନ ବଦଳାଇବା ଲାଗି ତାଙ୍କ ଉପରେ ଚାପ ପକାଯାଉଥିଲା। ‘ଦୈନିକ ଜାଗରଣ’ରେ ସାମ୍ବାଦିକତା କରୁଥିବା ବିମଲ ଯାଦବଙ୍କ ସ୍ତ୍ରୀ ପୂଜା ଦେବୀ କହିଛନ୍ତି ଗତକାଲି ଭୋର ୪ଟା ବେଳେ ରାଣୀଗଞ୍ଜସ୍ଥିତ ତାଙ୍କ ଘରେ ସମସ୍ତେ ଶୋଇଥିଲେ। କବାଟ ବନ୍ଦ ଥିଲା।

ସେତେବେଳେ କେତେକ ଅଜଣା ଲୋକ ଆସି କବାଟ ଠକ ଠକ କରି ଡାକିଲେ, ପପ୍ପୁ ଭାଇ ଟିକେ ଆସି। ସେ ଉଠି କବାଟ ଖୋଲିଲେ ଏବଂ ତାଙ୍କ ପତ୍ନୀ ଗୁଳି ଫୁଟିବା ଶବ୍ଦ ଶୁଣିଥିଲେ। ଦୁଆର ମୁହଁକୁ ଦୌଡ଼ି ଗଲାରୁ ସେ କହିଲେ, ପୂଜା ସେମାନେ ମତେ ଗୁଳି ମାରିଛନ୍ତି। ଏହାପରେ ସାମ୍ବାଦିକ ବିମଲ ଯାଦବଙ୍କ ମୃତ୍ୟୁ ଘଟିଥିଲା।

   Related Posts