ରଜୌରୀ ଏନକାଉଣ୍ଟରରେ ସେନାର ଚାରି ଯବାନ ସହିଦ, ଜଙ୍ଗଲରେ ଲୁଚିଥିବା ଆତଙ୍କୀଙ୍କୁ ନିପାତ ପାଇଁ ଜାରି ରହିଛି ଅପରେସନ

Published By : Prameya-News7 Bureau | November 22, 2023 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ବୁଧବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ଅପରେସନରେ କ୍ୟାପ୍ଟେନ ସ୍ତରର ଦୁଇ ଅଧିକାରୀଙ୍କ ଏବଂ ୨ ଯବାନ ସହିଦ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହା ବ୍ୟତୀତ, ଆଉ ଜଣେ ଯବାନ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏବେବି ସୁରକ୍ଷାକର୍ମୀ ଘଟଣାସ୍ଥଳରେ ଆତଙ୍କୀଙ୍କୁ ଘେରି ରହିଛନ୍ତି। ଏବେବି ଅପରେସନ ଜାରି ରହିଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆହୁର ଅଧିକ ଯବାନଙ୍କୁ ପଠାଯାଇଛି। ୧୬ କୋର କମାଣ୍ଡର ଏବଂ ଜାତୀୟ ରାଇଫଲ୍ସର ରୋମିଓ ଫୋର୍ସ କମାଣ୍ଡର ଅପରେସନକୁ ତୀକ୍ଷ୍ନ ନଜର ରଖିଛନ୍ତି। ପୋଲିସ୍‌ର ସୂଚନା ଅନୁଯାୟୀ ଧର୍ମଶାଳାର ବାଜିମାଲ ଅଞ୍ଚଳରେ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ୍‌ ମିଳିତ ଭାବରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ ସମୟରେ ସମୟରେ ଗୁଳିମାଡ଼ ହୋଇଥିଲା।

ଆହୁରି ପଢ଼ନ୍ତୁ: ପୁଲିସକୁ ଧମକ ଦେବା ଅଭିଯୋଗରେ ଅକବରୁଦ୍ଦିନ ଓୱେସୀଙ୍କ ବିରୋଧରେ ମାମଲା ରୁଜୁ; ସମର୍ଥନରେ ବାହାରିଲେ ଭାଇ ଅସଦୁଦ୍ଦିନ

ଅଧିକାରୀଙ୍କ କହିବା ଅନୁଯାୟୀ ବାଜିମାଲରେ ମୁହାଁମୁହିଁ ସ୍ଥାନରେ ଧରାପଡ଼ିଥିବା ଦୁଇ ଆତଙ୍କବବାଦୀ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ସେମାନେ ରବିବାରଠାରୁ ଅଞ୍ଚଳରେ ବୁଲୁଥିଲେ। ଆତଙ୍କବାଦୀ ଭୌଗୋଳିକ ସ୍ଥିତିର ଲାଭ ଉଠାଇ ନିଜ ସ୍ଥିତିକୁ ଲୁଚାଇବାପାଇଁ ଜଙ୍ଗଲର ବ୍ୟବହାର କରୁଛନ୍ତି। ଆତଙ୍କବାଦୀ ନିଜର ସ୍ଥାନ ଲୁଚାଇବାକୁ ଦୁର୍ଗମ ପାହାଡ଼, ଘଞ୍ଚ ଜଙ୍ଗଲ ଏବଂ ଆଲପାଇନ ଜଙ୍ଗଲର ଫାଇଦା ଉଠାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.