ଘାଟିରେ ଏକ କାର୍‌ରୁ ଜବତ ହେଲା ସାଢ଼େ ଚାରି ଲକ୍ଷ ଟଙ୍କା, ଦାମନଯୋଡ଼ି ଯାଉଥିବା ନେଇ ସୂଚନା

Published By : Prameya-News7 Bureau | April 10, 2024 IST

ନାରାୟଣପାଟଣା: ଘାଟିରେ ଏକ କାର୍‌ରୁ ଜବତ ହେଲା ସାଢ଼େ ଚାରି ଲକ୍ଷ ଟଙ୍କା।ବୁଧବାର ଲକ୍ଷ୍ମୀପୁର ନିକଟସ୍ଥ ଡିଡି ଘାଟିରୁ ଏକ ୱାଗନର କାର୍‌ରୁ ୪ ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛି। ଲକ୍ଷ୍ମୀପୁର ବିଡିଓଙ୍କ ନେତୃତ୍ବରେ ଫ୍ଲାଇଙ୍ଗ ସ୍କ୍ବାଡ ଦ୍ବାରା ଏହି ଟଙ୍କା  ଜବତ କରାଯାଇଛି।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ନିର୍ବାଚନକୁ ଦୃଷ୍ଟିରେ ରଖି ଡିଡି ଘାଟିରେ ଚେକିଂ ଚାଲିଥିଲା। ହେଲେ କାରରେ ଥିବା ବ୍ୟକ୍ତି ଜବତ ଟଙ୍କାର ସଠିକ୍‌ ସୂଚନା ଦେଇ ପାରିନଥିବାରୁ ଟଙ୍କାକୁ ଜବତ କରାଯାଇଥିଲା। ତେବେ ଲକ୍ଷ୍ମୀପୁରରୁ ଦାମନଯୋଡ଼ି ଅଞ୍ଚଳକୁ ଟଙ୍କା ନେଇ ଯାଉଥିବା ବୋଲି ବ୍ୟକ୍ତି ଜଣକ କହିଛନ୍ତି। ସେପଟେ ଜବତ ଟଙ୍କାର କୌଣସି ସଠିକ ସୂଚନା ମିଳିନଥିବାବେଳେ ଘଟଣାରେ ଅଧିକ ତଦନ୍ତ ଚାଲିଥିବା ନେଇ କହିଛନ୍ତି ଲକ୍ଷ୍ମୀପୁର ବିଡିଓ ଗୁରୁଶ୍ବେର ଭୋଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.