ଋଣ ଟଙ୍କାରେ ଟ୍ରକ୍ କିଣିବା ପଡ଼ିଲା ମହଙ୍ଗା; ୪ ଅଭିଯୁକ୍ତ ଗିରଫ
16/12/2022 at 11:17 PM

ଜଟଣୀ ୧୭/୧୨: ଜଟଣୀ ଥାନା ଅନ୍ତର୍ଗତ ଏକ ବେସରକାରୀ ବ୍ୟାଙ୍କରୁ ୧୦ ଲକ୍ଷ ୩୦ ହଜାର ୬୪୫ ଟଙ୍କା ଏକ ମାଲବୁହା ଟ୍ରକ ପାଇଁ ଲୋନ ନେଇଥିଲେ ଖୋର୍ଦ୍ଧା ସଦର ଥାନା ଅଂଚଳର ନୀଳମାଧଵ ସୁନ୍ଦରାୟl ପ୍ରଥମ ମାସର କିସ୍ତି ୨୩ ହଜାର ୫୮୦ ଟଙ୍କା ଦେଇ ଆଉ ଧରାଛୁଆଁ ଦେଇ ନଥିଲେ ନୀଳମାଧବ। ଏନେଇ ଏହି ବେସରକାରୀ ବ୍ୟାଙ୍କର ଗ୍ରାହକ ଅଫିସର ଜଟଣୀ ଥାନାରେ ଅଭିଯୋଗ କରିଥିଲେl ପରେ ଜଟଣୀ ଥାନା ଏସଆଇ ନିରଂଜନ ଓଝାଙ୍କ ନେତୃତ୍ୱ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ଜାଗାରେ ଚଢ଼ଉ କରି ନୀଳମାଧଵକୁ ଗିରଫ କରିଛି।
ପଚାରଉଚରା ବେଳେ ଟ୍ରକଟିକୁ ଖଣ୍ଡଖଣ୍ଡ କରି ବିକିଥିବା ସ୍ୱୀକାର କରିଛନ୍ତି ନିଳମାଧବ। ନୀଳମାଧବ ଜଣେ ଅପରାଧୀ ଓ ତା ନାଁରେ ଥାନାରେ ୬ଟିରୁ ଅଧିକ ମାମଲା ରହିଛି। ନୀଳମାଧବଙ୍କ ସହଯୋଗୀ ଅନୱାର ଖାନ, ମୁସଲିମ ଅହମ୍ମଦ ଓ ସୟଦ ଅବଦୁଲ ସମ୍ମଶୁଦ୍ଧିନକୁ ମଧ୍ୟ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ପୋଲିସ ଅଦାଲତ ଚାଲାଣ କରିଛି l