ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 09, 2024 IST

ମୋହନା ୯।୬: ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ l ଉଭୟ ଥାନା ଅଞ୍ଚଳରୁ ୧୦ କୁଇଣ୍ଟାଲ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ କଣ୍ଟେନର, ଗୋଟିଏ କାର୍ ସହ ୪ ଜଣକୁ ଗିରଫ କରାଯାଇଛି l ମୋହନା ଥାନା କମଳାପୁର ଛକରୁ ଏକ କଣ୍ଟେନରରୁ ୭ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ ହୋଇଛି  l ଏହି ଗଞ୍ଜେଇ ବିରିକୋଟି ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବୋରେଲି ଅଞ୍ଚଳର ମହମ୍ମଦ ଅଲି ଓ ତସଲିମ ଖାନକୁ ଗିରଫ କରାଯାଇଛି l ସେହିପରି ଆର.ଉଦୟଗିରି ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ କାର ସହ ୨୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ମିନୁ ବର୍ଦ୍ଧନ ଓ ସିଦ୍ଧାନ୍ତ କରlଡ଼କୁ ଗିରଫ କରାଯାଇଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ସ୍ଵାତୀ ଏସ କୁମାର ସୂଚନା ଦେଇଛନ୍ତି l

You Can Read :

ଦିଲୀପ ପାହାନ ହତ୍ଯା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ୨୦କୁ ବଢିଲା ଗିରଫଙ୍କ ସଂଖ୍ୟା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.