ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଜୁଏଲାରୀ ଦୋକାନରୁ ଚୋରିକରି ବନ୍ଧାହେଲେ ୪ ଅଭିଯୁକ୍ତ

19/08/2021 at 5:14 PM

ଯାଜପୁରରୋଡ୍ ୧୯।୮: ଯାଜପୁର ଜିଲ୍ଲା କୁଆଖିଆ ପୋଲିସକୁ ସଫଳତା। ଗତ ଦୁଇ ଦିନ ତଳେ ହରିପୁର ବଜାରରେ ଥିବା ଏକ ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି କୁଆଖିଆ ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୯୮୦୦ ଟଙ୍କା ସହିତ ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି । ଏଥିସହିତ ଚୋରିରେ ବ୍ୟବହୃତ ଗ୍ୟାସ୍ କଟର, ସିଲିଣ୍ଡର ଓ ଅନ୍ୟାନ୍ୟ ଯନ୍ତ୍ରପାତି ଆଦି ପୋଲିସ ଜବତ କରିଛି । ଗିରଫ ୪ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଝାଡ଼ଖଣ୍ଡର ହୋଇଥିବା ବେଳେ ଜଣେ ଭଦ୍ରକର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଗତ ୧୭ ତାରିଖ ବିଳମ୍ବିତ ରାତିରେ ହରିପୁର ବଜାରରେ ଥିବା ଏକ ଅଳଙ୍କାର ଦୋକାନରୁ ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା। ଏନେଇ କୁଆଖିଆ ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

   Related Posts