ଫିରିଙ୍ଗିଆ ଗୁଳି ମାଡ଼ ଘଟଣା : ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 24, 2022 IST

ଫୁଲବାଣୀ ୨୪।୮: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୁଳିମାଡ଼ ଘଟଣାରେ ଫିରିଙ୍ଗିଆ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସଫଳ ହୋଇଛି l ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ l ଗିରଫ ଅଭିଯୁକ୍ତ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ସଞ୍ଜୟ ସାହାଣୀ, ସୁନ୍ଦର ସିଂହ ସାହାଣୀ, ସୁମନ କହଁର ଓ ଅକ୍ଷୟ ବେହେରା l ତେବେ ସୁମନ ଗୁଳି ଚାଳନା କରିଥିବା ଥାନା ଅଧିକାରୀ କହିଛନ୍ତି l

ସୂଚନାଯୋଗ୍ୟ ଯେ, ଡ଼ିମିରିଗୁଡା ପଂଚାୟତ ଶ୍ରୀପଲା ଗ୍ରାମର ସଞ୍ଜୟ ସାହାଣୀ ବିଲୁପଦର ଗ୍ରାମର ମହେଶ୍ୱର ସାହାଣୀଙ୍କ ଠାରୁ ଦୁଇଟି ବଳଦ ୧୦ ହଜାର ଟଙ୍କାରେ କିଣିଥିଲେ l ହେଲେ ସଞ୍ଜୟ ୨ ହଜାର ଟଙ୍କା ଦେଇ ଆଉ ବଳକା ଟଙ୍କା ଦେଇନଥିଲେ l ଫଳରେ ଦୁହିଁଙ୍କ ମଧ୍ୟରେ ନିକଟରେ ବଚସା ହୋଇଥିଲା ଓ ମହେଶ୍ୱର ସଞ୍ଜୟଙ୍କ ମୋପେଡ଼ ଗାଡିକୁ ଛଡାଇ ନେଇଯାଇଥିଲେ l ଫଳରେ ସଞ୍ଜୟ ୩ ଜଣ ସାଙ୍ଗଙ୍କୁ ନେଇ ମହେଶ୍ୱରଙ୍କ ଘରକୁ ଯାଇ ମହେଶ୍ୱରଙ୍କୁ ଗୁଳି ମାଡ଼ କରିବା ବେଳେ ମହେଶ୍ୱର ଜାଣି ପାରି ଘର ଭିତରକୁ ପଳାଇଥିଲେ । ଆଉ ଘର ସାମ୍ନାରେ ବସିଥିବା ମହେଶ୍ବରଙ୍କ ଭଉଣୀ ପ୍ରଭାସିନୀ ଓ ୧୦ ବର୍ଷର ପୁଅ ସଭାଜନ ଦେହରେ ଗୁଳି ବାଜିଥିଲା l ଦୁହେଁ ଗୁରୁତର ଆହତ ହୋଇଥିଲେ l ସେମାନେ ଏବେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଏ ନେଇ ୧୨୪/୨୨ରେ ମାମଲା ରୁଜୁ ହୋଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.