ବରଗଡରେ ପ୍ରତିଷ୍ଠା ହେବ ଟୁଜି ଇଥାନଲ ଜୈବ ବିଶୋଧନାଗାର ; ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

Published By : Prameya-News7 Bureau | October 10, 2018 IST

ବରଗଡ ୧୦|୧୦:  ବରଗଡ ଜିଲ୍ଲା ଭଟଲି ଥାନା ବଉଲସିଙ୍ଘାରେ ପ୍ରତିଷ୍ଠା ହେବ ଟୁଜି ଇଥାନଲ ଜୈବ ବିଶୋଧନାଗାର । ଆଜି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭିତ୍ତିପ୍ରସ୍ତର ଉପଲକ୍ଷେ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଉଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ପ୍ରାୟ ୫୭ ଏକର ଜମିରେ ହେଉଥିବା ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ ଶେଷ ହେବ ଏବଂ ଏଥିରୁ ବାର୍ଷିକ ୩ ଲକ୍ଷ ଇଥାନଲ ପେଟ୍ରୋଲ ସହ ମିଶ୍ରଣ ହେବ । ଫଳରେ ପେଟ୍ରୋଲ ଓ ଡିଜେଲ ଦରକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ । ବରଗଡ ଜିଲ୍ଲା ସମେତ ପଡୋଶୀ ସମ୍ବଲପୁର, ସୋନପୁର, ବଲାଙ୍ଗୀର ଜିଲ୍ଲାର ଚାଷୀ ଏହି ପ୍ଲାଣ୍ଟରୁ ବିଶେଷ ଉପକୃତ ହେବେ । ପ୍ରତ୍ୟକ୍ଷ ଭାବେ ୧୨୦୦ ଶହ ଯୁବକ ଯୁବତୀ ମଧ୍ୟ ଉପକୃତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.