krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକ ଇଦ୍‌ ଶୋଭାଯାତ୍ରା ହିଂସା; ୪୩ ଗିରଫ, ମୁଖ୍ୟମନ୍ତ୍ରୀ କହିଲେ ଅନ୍ୟ ଧର୍ମ ଉପରେ ପଥର ଫିଙ୍ଗିଲେ…

2/10/2023 at 4:05 PM

Karnataka Eid clash

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିବମୋଗା ଜିଲ୍ଲା ରାଗିଗୁଡ଼ାରେ ‘ଇଦ୍ ଏ ମିଲଦ ଉନ ନବୀ’ ପ୍ରୋସେସନ୍‌ରେ ହୋଇଥିବା ହିଂସାକାଣ୍ଡରେ ୪୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଦାରୀ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟ। ଅନ୍ୟ ଧର୍ମର ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୋମବାର ୪୩ ଜଣ ଗିରଫ ହେବା ପରେ ଶିବମୋଗା ଜିଲ୍ଲା ପ୍ରଶାନସ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି।

ସୋମବାର ୪୩ ଜଣ ଗିରଫ ହେବା ପରେ ଶିବମୋଗା ଜିଲ୍ଲା ପ୍ରଶାନସ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି।

ପଢ଼ନ୍ତୁ-ମୋଷ୍ଟ୍ ଓ୍ବାଣ୍ଟେଡ୍ ଆତଙ୍କୀ ଶାହନବାଜ୍ ଗିରଫ; ଦିଲ୍ଲୀରେ ବଡ଼ ଆତଙ୍କୀ ହମ୍‌ଲା ଫେଲ୍

ମୁଖ୍ୟମନ୍ତ୍ରୀ କହିଛନ୍ତି “ଅନ୍ୟ କୌଣସି ଉପାୟ ନ ପାଇ ପୁଲିସ ମଧ୍ୟ ପଥର ଫିଙ୍ଗିଥଲା। ଘଟଣାରେ ୪୩ରୁ ଅଧିକ ଗିରଫ ହୋଇଛନ୍ତି। କୌଣସି ଧାର୍ମିକ ଶୋଭାଯାତ୍ରାରେ ପଥର ଫିଙ୍ଗି ବାଧା ସୃଷ୍ଟି କରିବା ଭୁଲ। ଆମ ସରକାର ଏଭଳି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ।”

ଶିବମୋଗାରେ ଇଦ୍ ଏ ମିଲଦ ଉନ ନବୀ’ ପ୍ରୋସେସନ୍‌ ଏକାଧିକ ଧାର୍ମିକ ଲୋକ ଯୋଗ ଦେଇଥିଲେ। ପଥର ମାଡ଼ପରେ ଶୋଭାଯାତ୍ରା ହିଂସାରେ ପରିଣତ ହୋଇଯାଇଥିଲା। ଆନ୍ଦୋଳନାକାରୀମାନେ ପୁଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାପରେ ପୁଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା।

   Related Posts