ମୁମ୍ଵାଇ ୦୯।୦୧: ଯୌତୁକ ବିରୁଦ୍ଧରେ ଅନେକ କଡା ନିୟମ ଥିବା ସତ୍ତ୍ଵେ ସମାଜରୁ ଏପର୍ଯ୍ୟନ୍ତ ଏହି ନିର୍ଯ୍ୟାତନା ଶେଷ ହୋଇନାହିଁ। ଏହି ଯୌତୁକ ସମ୍ବନ୍ଧୀୟ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସୁଛି। ଏପରି ଏକ ମାମଲାରେ, ଜଣେ ଅଧ୍ୟାପକ ଫର୍ଚ୍ୟୁନର କାର ନମିଳିବାରୁ ବିବାହ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଝିଅ ଘର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବ ଚାଲନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲା ଉତ୍ତରପ୍ରଦେଶର ଗାଜିଆବାଦରୁ ଆସିଛି। ଏକ ବିଚିତ୍ର ଘଟଣାରେ ସିଦ୍ଧାର୍ଥ ବିହାରର ଏକ ସରକାରୀ କଲେଜ ଅଧ୍ୟାପକ ବର ଯୌତୁକରେ ପର୍ଚ୍ୟୁନର କାର୍ ମାଗିଥିଲେ। ହେଲେ କନ୍ୟା ଘର ଲୋକ ଦେବାକୁ ମନା କରିବା ପରେ ବର ବିବାହ ବନ୍ଦ କରିଦେଇଥିଲେ। ଖବର ଅନୁଯାୟୀ, ବିବାହର ଏକ ମାସ ପୂର୍ବରୁ ଅଧ୍ୟାପକ ବର ଯୌତୁକରେ ପର୍ଚ୍ୟୁନର କାର ଦେବାକୁ କହିଥିଲେ। ଯଦି ତାଙ୍କର ଦାବି ପୂରଣ ନହୁଏ ତେବେ ସେ ବିବାହକୁ ବାତିଲ କରିବେ ପ୍ରତିଶୃତି ଦେଇଥିଲେ। ଯେତେବେଳେ ଏହା ପୂରଣ ହୋଇନଥିଲା, ବର ସଙ୍ଗେ ସଙ୍ଗେ ଗୋଟିଏ ଏସଏମଏସ ପଠାଇ ବିବାହକୁ ଭାଙ୍ଗି ଦେଇଥିଲେ।
FIR ଅନୁଯାୟୀ, ଅକ୍ଟୋବର ୧୦, ୨୦୨୨ରେ, ମହିଳାଙ୍କ ପରିବାର ବର ପାଇଁ ଉପହାର ସ୍ୱରୂପ ୱାଗନର୍ ବୁକ୍ କରିଥିଲେ । ଏହା ପରେ ବରର ପରିବାରୁ ଜଣେ ସଦସ୍ୟ କନ୍ୟା ଘରକୁ ଆସି ଫର୍ଚ୍ୟୁନର ମାଗିଥିଲେ। ତେବେ ବରର ପରିବାର ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ୨୩ ନଭେମ୍ବରରେ ଅଧ୍ୟାପକ ବିବାହକୁ ବାତିଲ କରିଥିଲେ। ଏହା ବ୍ୟତୀତ ଅପରାଧିକ ମାମଲାରେ ଧମକ ମଧ୍ୟ ଦିଆଯାଇଥିଲା।