ଆଜି ମହାକାର୍ତ୍ତିକ ମାସର ଚତୁର୍ଥ ସୋମବାର : ଚଳଚଞ୍ଚଳ ଧବେଳଶ୍ବର ପୀଠ

Published By : Prameya-News7 Bureau | November 04, 2019 IST

ଆଠଗଡ଼ ୪।୧୧: କଟକ ଜିଲ୍ଲା   ଆଠଗଡ଼ ସ୍ଥିତ ଧବଳେଶ୍ବର ପୀଠରେ ମହାକାର୍ତ୍ତିକ ମାସର ଚତୁର୍ଥ  ସୋମବାର ନେଇ ଚଲଚଞ୍ଚଳ ହୋଇଉଠିଛି ବାବା  ଧବେଳଶ୍ବରଙ୍କ  ପୀଠ। ସୋମବାର ରେ ମହାପ୍ରଭୁ ଙ୍କୁ ଦର୍ଶନ କଲେ କୋଟିଜନ୍ମ ର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

{"id":178829}

ସୂଚନାଯୋଗ୍ୟ ଯେ,  ବାବା ଧବଳେଶ୍ବରଙ୍କ ପୀଠରେ ମହାକାର୍ତ୍ତିକ ମାସର ଚତୁର୍ଥ  ସୋମବାର ଅବସରରେ ରାତି ୩ଟାରୁ ଦ୍ବାର ଫିଟାଯାଇ ୧୦୮ ଗରା ଜଲରେ ବାବାଙ୍କୁ ସ୍ନାନ କରଯାଇ ସମସ୍ତ ନୀତି ସମାପନ କରାଯାଇଛି ।  ସମସ୍ତ ନୀତି ସମାପନ ପରେ ଭୋର ୪ଟାରୁ ମନ୍ଦିରରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ  ପ୍ରଶାସନ ପକ୍ଷରୁ ଧାଡି ଦର୍ଶନ ସହିତ ଝୁଲାପୋଲ ରେ ଭିଡ ରୋକିବା ପାଇଁ  ବ୍ୟାପକ ପୋଲିସ ମୁତୟନକରାଯାଇଛି ।  ସିସିଟିଭି ଲଗାଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.