ମହିଳା ବକ୍ସର ଏଲ୍.ସରିତା ଦେବୀ କରୋନା ସଂକ୍ରମିତ

Published By : Prameya-News7 Bureau | August 18, 2020 IST

ମୁମ୍ବାଇ ।୮: ଭାରତର ମହିଳା ବକ୍ସର ଏଲ୍‌ ସରିତା ଦେବୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସ୍ବାମୀ ଚଙ୍ଗଥାମ ଥୋଇବା ସିଂହ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଥଣ୍ଡା ଲାଗି ରହିବା ଫଳରେ ଉଭୟ କୋଭିଡ୍‌ ଟେଷ୍ଟ କରାଇଥିଲେ। ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଉଭୟଙ୍କ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇ ନଥିବା ରିପୋର୍ଟରୁ ଜଣାପଡ଼ିଛି ।

ସରିତା ଦେବୀ ଭାରତର ଅନ୍ୟତମ ସଫଳ ମହିଳା ବକ୍ସର ଭାବେ ପରିଚିତ। ସେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୩ଟି ପଦକ ହାସଲ କରିଛନ୍ତି। ୨୦୦୬ରେ ସେ ସ୍ବର୍ଣ୍ଣ ପଦକ, ୨୦୦୫ ଓ ୨୦୦୮ରେ ବ୍ରୋଞ୍ଚ ପଦକ ଜିତିଥିଲେ। ସେ ଏସୀୟ ଚାମ୍ପିଅନ୍‌ସିପ୍‌ରେ ୫ଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.