ଇମ୍ଫାଲ ୨୨।୨: ଭାରତୀ ମହିଳା ହକି ଟିମ୍ର ପୂର୍ବତନ କ୍ୟାପ୍ଟେନ ବାଇଖୋମ ସୂରଜଲତା ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା, ଶାରୀରିକ ନିର୍ଯାତନା ଓ ମାନସିକ ପ୍ରତାଡନାର ଅଭିଯୋଗ ଆଣିଛନ୍ତି। ୨୦୦୫ ମସିହାରେ ସୂରଜଲତାଙ୍କ ବିବାହ ହୋଇଥିଲା। ତେବେ ବିବାହ ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ଲାଗି ନିୟମିତ ନିର୍ଯାତନା ଦେଇ ଆସୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
{"id":227800,"sizeSlug":"large"}ସୂରଜାଲତାଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଟିମ୍ ୨୦୦୨ ରାଷ୍ଟ୍ରମଣ୍ଡଳ କ୍ରିଡା, ୨୦୦୩ ଆଫ୍ରା-ଏସିଆ କ୍ରିଡା ଓ ୨୦୦୪ ଏକିସଆ କପ୍ ହକିରେ ଭାରତ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲା। ତେବେ ବିବାହ ପରେ ଯେତେବେଳେ ସେ ତାଙ୍କର ପଦକ ଓ ସାର୍ଟିଫିକେଟ୍ ସବୁ ନେଇ ସ୍ୱାମୀଙ୍କ ଘରକୁ ଗଲେ ସେତେବେଳେ ତାଙ୍କ ସ୍ୱାମୀ ଶାନ୍ତା ସିଂହ ତାଙ୍କୁ ଉଲୁଗୁଣା ଦେଇ ସେ ସବୁ କ'ଣ ହେବ ବୋଲି କହିଥିଲେ।
{"id":227801,"width":580,"height":435,"sizeSlug":"large"}ଅର୍ଜ୍ଜୁନ ପୁରସ୍କାର ବିଜେତା ସୂରଜଲତା ଏବେ ୨ ସନ୍ତାନଙ୍କ ଜନନୀ। ହେଲେ ଏଥିଲାଗି ତାଙ୍କ ସ୍ୱାମୀ ତାଙ୍କର ଚରିତ୍ର ସଂହାର କରୁଥିବା ସୂରଜଲତା ଅଭିଯୋଗ କରିଛନ୍ତି। ତେବେ ଗତବର୍ଷ ନଭେମ୍ବରରେ ଶାନ୍ତା ସିଂହ ସମସ୍ତ ସୀମା ସରହଦ ପାର କରିଥିଲେ। ସୂରଜଲତା ରେଲ କୋଚ୍ ଫ୍ୟାକ୍ଟ୍ରି ପକ୍ଷରୁ ଅନୁଷ୍ଠିତ ହକି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଅଧିକାରୀ ଥିବା ବେଳେ ତାଙ୍କ ସ୍ୱାମୀ ସେଠାରେ ପହଞ୍ଚି ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏଥିରେ ଅତିଷ୍ଠ ସୂରଜଲତା ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।
{"id":227802,"sizeSlug":"large"}୨୦୦୭ ମସିହାରେ ବଲିଉଡ୍ ଫିଲ୍ମ 'ଚକ୍ ଦେ ଇଣ୍ଡିଆ' ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ତେବେ ଏହି ଫିଲ୍ମ ଯେଉଁ ମହିଳା ହକି ଖେଳାଳିଙ୍କ ଜୀବନୀ ଆଧାରିତ ଥିଲା ସେ ଆଉ କେହି ନୁହଁନ୍ତି ସୂରଜଲତା ହିଁ ଥିଲେ। ହେଲେ ତାଙ୍କ ଦାମ୍ପତ୍ୟ ଜୀବନ ଏବେ ତାଙ୍କ ଲାଗି ଏତେ ଦୁର୍ବିସହ ହୋଇପଡିଛି ଯେ ତାଙ୍କୁ ଶେଷରେ ସ୍ୱାମୀଙ୍କ ବିରୋଧରେ ପୋଲିସର ଦ୍ୱାର ବାଡେଇବାକୁ ପଡିଛି।