suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗାଭାସ୍କର ଅନୁଷ୍କା ବିବାଦ: ଗାଭାସ୍କରଙ୍କ ସମର୍ଥନରେ ବରିଷ୍ଠ କ୍ରିକେଟର୍, କହିଲେ- ଭାରତୀୟଙ୍କ ମଧ୍ୟରେ ଥଟ୍ଟା ବୁଝିବା କ୍ଷମତା କମ୍

27/09/2020 at 4:52 PM

ନୂଆଦିଲ୍ଲୀ ୨୭/୦୯ : ଭାରତର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଟିପ୍ପଣୀ ଦେବା ପରେ ନାନା ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଭାରତର ପୂର୍ବତନ ୱିକେଟ୍ କିପର୍ ଫାରୁଖ ଇଞ୍ଜିନିୟର ଗାଭାସ୍କରଙ୍କୁ ସମର୍ଥନ କରିଛନ୍ତି । ଗାଭାସ୍କର ମଧ୍ୟ କହିଛନ୍ତି ଯେ ସେ କିଛି ଭୁଲ କହିନାହାନ୍ତି ।

ଗାଭାସ୍କର ବିରାଟ କୋହଲିଙ୍କ ଫର୍ମକୁ ନେଇ ଚର୍ଚ୍ଚା କରି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ନାଁ ନେଇଥିବାରୁ ଲୋକେ ତାଙ୍କୁ ସମାଲୋଚନା କରିଛନ୍ତି । ଫାରୁଖ ଇଞ୍ଜିନିୟର ପାକିସ୍ତାନୀ ପର୍ଯ୍ୟବେକ୍ଷକଙ୍କ ସହ କଥାବାର୍ତାରେ କହିଛନ୍ତି ଯେ ଭାରତୀୟଙ୍କ ମଧ୍ୟରେ ସେନ୍ସ ଅଫ ହ୍ୟୁମର କମ ଅଛି । ଯଦି ସୁନୀଲ ଗାଭାସ୍କର ବିରାଟ ଓ ଅନୁଷ୍କାଙ୍କୁ କିଛି କହିଛନ୍ତି ତାହେଲେ ନିଶ୍ଚୟ ଥଟ୍ଟାରେ କହିଥିବେ, କୌଣସି ଅଭଦ୍ରାମି କରିନଥିବେ । ସେ ଗାଭାସ୍କରଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି ଏବଂ ସେଥିପାଇଁ ଯଦି ସେ କିଛି କହିଥିବେ ତାହେଲେ ନିଶ୍ଚୟ ଥଟ୍ଟାରେ ଏକହିଥିବେ ବୋଲି ସେ କହିଛନ୍ତି । କିନ୍ତୁ ଲୋକେ ଏହାକୁ ଗମ୍ଭୀରତାର ସହ ନେଇ ସମାଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି ।

୨୦୧୯ ବିଶ୍ୱକପ ସମୟରେ ଫାରୁଖ ଇଞ୍ଜିନିୟରଙ୍କୁ ନେଇ ମଧ୍ୟ ବିବାଦ ହୋଇଥିଲା । ଗାଭାସ୍କର ମଧ୍ୟ କହିଛନ୍ତି ଯେ ସେ କୋହଲିଙ୍କୁ ନେଇ ଯେଉଁ ବୟାନ ଦେଇଥିଲେ ଲୋକେ ତାର ଭୁଲ ଅର୍ଥ ବାହାର କରିଛନ୍ତି ଏବଂ ଖରାପ ଭାବେରେ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ସେ ବିରାଟଙ୍କ ଫର୍ମ ପାଇଁ ଅନୁଷ୍କାଙ୍କୁ ଦୋଷ ଦେଇନାହାନ୍ତି । ବରଂ ସେ ସେହି ଭିଡିଓ ସମ୍ପର୍କରେ କହିଥିଲେ ଯେଉଁଥିରେ ବିରାଟ ଲକଡାଉନ ସମୟରେ ଅନୁଷ୍କାଙ୍କ ବୋଲିଂରେ ଅଭ୍ୟାସ କରୁଥିଲେ ।

   Related Posts