ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ବୟାନ୍‌, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏବେ ତାଲିବାନର ଫରେନ୍‌ ମିନିଷ୍ଟର

26/08/2021 at 5:08 PM

କାବୁଲ୍‌, ୨୬/୦୮: ତାଲିବାନ୍‌ ଆଫଗାନିସ୍ତାନକୁ କବ୍‌ଜାକୁ ନେବା ପରେ ସାରା ବିଶ୍ୱ ସେଠାକାର ନାଗରିକ ମାନଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି । କିଛି ଦେଶ ତାଲିବାନ୍‌କୁ ସମର୍ଥନ ଦେବାକୁ ସିଧାସିଧା ମନା କରିଦେଇଛନ୍ତି । ହେଲେ ତାଲିବାନୀ ଶାସନକୁ ନେଇ ସବୁଠାରୁ ଅଧିକ ଖୁସି ଜାହିର କରିଛି ପାକିସ୍ତାନ । ଏମିତି କି ପାକିସ୍ତାନର କିଛି ସଂଗଠନ ଖୁସିରେ ବୁଲି ବୁଲି ମିଠା ମଧ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା ।

ଏହାରି ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଗଣମାଧ୍ୟମ ସଂସ୍ଥା ୱିୟନ୍‌କୁ ଅମରୁଲ୍ଲା ଦେଇଥିବା ସାକ୍ଷାତକାରରେ ଆଫଗାନିସ୍ତାନକରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଛି । ଏହାର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ତାଲିବାନ୍‌ ମାନଙ୍କର ଫରେନ୍‌ ମିନିଷ୍ଟର ସାଜିଥିବା ସେ ଅଭିଯୋଗ ଆଣିଛନ୍ତି ।

ସାଲେହ ପାକିସ୍ତାନକୁ ଏନେଇ ଚ୍ୟାଲେଞ୍ଜ ଦେଇଛନ୍ତି, ଆଫଗାନିସ୍ତାନ ଯୁବକଙ୍କୁ ନେଇ ଉଠିଥିବା ବିବାଦ, କୋଭିଡ୍‌-୧୯ ଏବଂ ମରୁଡ଼ିକୁ ମୁକାବିଲା କରିବା ପାଇଁ ଆଫଗାନ ସରକାରଙ୍କୁ କୌଣସି ଅର୍ଥନୈତିକ ସାହାଯ୍ୟ କରିନାହାନ୍ତି । ସେ କହିଛନ୍ତି ଯେ, ପାକିସ୍ତାନୀମାନେ ଭୁଲ୍‌ ଭାବୁଛନ୍ତି । ଭୁଲ୍‌ ବିଚାର କରୁଛନ୍ତି । ତାଲିବାନ୍‌ମାନେ ମଧ୍ୟ କାବୁଲ୍‌କୁ କବ୍‌ଜା କରି ଭୁଲ୍‌ କରିଛନ୍ତି । ଯାହାଫଳରେ ନାଗରିକ ମାନେ ଦେଶ ଛାଡ଼ି ଚାଲି ଯାଉଛନ୍ତି । ବର୍ତ୍ତମାନ ପାକିସ୍ତାନ ତାଲିବାନୀଙ୍କୁ ସବ୍‌ସିଡି ଦେବାକୁ ବାହାରିଛି । ଯାହାର ପରିଣାମ ତାକୁ ଦିନେ ଭୋଗିବାକୁ ପଡ଼ିବ ।

   Related Posts