ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ, ସୁଲଭ ଇଣ୍ଟରନାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠଙ୍କ, ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଏହି ବିଶିଷ୍ଟ ବ୍ୟକ୍ତି ସମ୍ମାନିତ କରାଯାଇଛି। ଏହି ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, ଏମ ଭେଙ୍କିୟା ନାଇଡୁ, ମରୋଣତ୍ତର ଭାବରେ ବିନ୍ଦେଶ୍ବର ପାଠକ ଏବଂ ସୁପରିଚିତ ଭରତନାଟ୍ୟମ ନୃତ୍ୟଶିଳ୍ପୀ ପଦ୍ମ ସୁବ୍ରମଣ୍ୟମଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି। ସେହିଭଳି ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଗାୟିକା ଉଷା ଉଥୁପ, ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମ ନାଇକ ଏବଂ ଶିଳ୍ପପତି ସୀତାରାମ ଜିନ୍ଦଲ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ପଦ୍ମ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ। ଏହି ପୁରସ୍କାର ତିନି ବର୍ଗରେ ଦିଆଯାଇଥାଏ। ଯାହା ହେଉଛି ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ। କଳା, ସାମଜ ସେବା, ଜନସମ୍ପର୍କ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଆଦି କ୍ଷତ୍ରରେ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ।
୨୦୨୪ ପାଇଁ ରାଷ୍ଟ୍ରପତି ୧୩୨ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଯେଉଁଥିରେ ପାଞ୍ଚ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣକୁ ପଦ୍ମ ଭୂଷଣ ଏବଂ ୧୧୦ ପଦ୍ମଶ୍ରୀ ପୁରସ୍କାର ରହିଛି।ଏହା ସହ ତନ୍ମଧ୍ୟରୁ ୩୦ ସମ୍ମାନିତଙ୍କ ମଧ୍ୟରେ ମହିଳା, ୮ ବିଦେଶୀ/ଏନଆରଆଇ/ପିଆଇଓ/ଓସିଆଇ ଏବଂ ୯ ଜଣକୁ ମରଣୋତ୍ତର ଭାବରେ ପୁରସ୍କୃତ କରାଯାଇଥାଏ।