ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବର୍ଷିଆନ ରାଜନେତା କଲ୍ୟାଣ ସିଂହଙ୍କ ପରଲୋକ, ଦୀର୍ଘଦିନ ଧରି ଅସୁସ୍ଥ ଥାଇ ହେଉଥିଲେ ଚକିତ୍ସିତ

21/08/2021 at 9:56 PM

ନୂଆଦିଲ୍ଲୀ ୨୧/୦୮ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ୮୯ ବର୍ଷ ବୟସରେ ପରଲୋକ । ଦୀର୍ଘଦିନ ଧରି ଅସୁସ୍ଥ ଥାଇ ହସ୍ପିଟାଲରେ ଚକିତ୍ସିତ ହେଉଥିଲେ ଭେଟେରାଲ ରାଜନେତା କଲ୍ୟାଣ ସିଂହ । ସେ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଦୀର୍ଘଦିନ ହେଲା ଚିକିତ୍ସିତ ହେଉଥିଲେ ।

କଲ୍ୟାଣ ସିଂହଙ୍କ ନିଧନ ଭାରତୀୟ ରାଜନୀତିରେ ଅପୂରଣୀୟ କ୍ଷତି ପହଞ୍ଚାଇଛି । ରାମ ମନ୍ଦିର ନିର୍ମାଣ ପାଇଁ ତାଙ୍କର ଅବଦାନ ଏବଂ ସକ୍ରିୟତାକୁ ଦେଶବସୀ କେବେ ଭୁଲିପାରିବେ ନାହିଁ । ଏପରିକି ରାମ ମନ୍ଦିର ନିର୍ମାଣ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ମଧ୍ୟ ଛାଡିବାକୁ ପଡିଥିଲା । ସେଥିପାଇଁ ଇତିହାସ ସବୁବେଳେ କଲ୍ୟାଣ ସିଂହଙ୍କ ଦେଶପାଇଁ ଯୋଗଦାନକୁ ମନେ ରଖିବ । ଭାରତୀୟ ରାଜନୀତିର ମହତ୍ତ୍ବପୂର୍ଣ୍ଣ ଅଙ୍ଗ ଥିଲେ କଲ୍ୟାଣ ସିଂହ ।

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା । କଲ୍ୟାଣ ସିଂହଙ୍କୁ ମେଡିସିନ୍, କାର୍ଡିଓଲୋଜୀ, ନେଫ୍ରୋଲୋଜୀ, ନ୍ୟୁରୋଲୋଜୀ ଏବଂ ଏଣ୍ଡକ୍ରିନୋଲୋଜୀ ବିଭାଗର ଡାକ୍ତରୀ ଟିମ ଲଗାତାର ଭାବେ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ ।
ସୂଚନାଯୋଗ୍ୟ, ୮୯ ବର୍ଷୀୟ ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହଙ୍କୁ ଗତ ଜୁଲାଇ ୪ ତାରିଖରେ ଅସୁସ୍ଥ ହୋଇପଡିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ଅନନ୍ଦୀବେନ ପଟେଲ ହସ୍ପିଟାଲରେ ପହଞ୍ଚି କଲ୍ୟାଣ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଥିଲେ ।

   Related Posts