କଂଗ୍ରେସ ନେତା ସଲମାନ ଖୁର୍ଶିଦଙ୍କ ଘର ଉପରେ ଆକ୍ରମଣ ଘଟଣାରେ ଦୁଇ ବିଜେପି ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ

Published By : Prameya-News7 Bureau | August 18, 2022 IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସଲମାନ ଖୁର୍ଶିଦଙ୍କ ଘର ଉପରେ ଆକ୍ରମଣ ଘଟଣାରେ ଆଜି ଶୁଣାଣି କରିଛନ୍ତି ନୈନିତାଲ୍ ହାଇକୋର୍ଟ। ସଲମାନଙ୍କ ମୁକ୍ତେଶ୍ୱର ଥାନା ଗ୍ରାମ ପ୍ୟୁଡ଼ା ସ୍ଥିତ ଘରେ ଅଗ୍ନିକାଣ୍ଡ ସହ ଭଙ୍ଗାରୁଜା ଘଟଣାରେ ଆଜି ଶୁଣାଣି କରି ବିଜେପି ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ଖୁର୍ଶିଦଙ୍କ ଘରର କେୟାର ଟେକର ଆଜି କୋର୍ଟରେ ବୁଝାମଣା ପତ୍ର ଦାଖଲ କରିଥିଲେ। ଏହି ଆଧାରରେ  କୋର୍ଟର ଅଭିଯୁକ୍ତ ବିଜେପି ନେତା କୁନ୍ଦନ ଚିଲୱାଲ ଏବଂ ରାକେଶ କପିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ହାଇକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ମାମଲା ଅନୁସାରେ ୧୫ ନଭେମ୍ବର ୨୦୨୧ରେ ସଲମାନ ଖୁର୍ଶିଦଙ୍କ ଘରେ କିଛି ଲୋକ ଅଗ୍ନିକାଣ୍ଡ କରିବା ସହ ଘର ଭଙ୍ଗାରୁଜା କରିଥିଲେ। ତା ସହ ଗୁଳ ଚାଳନା ମଧ୍ୟ କରାଯାଇଥିଲା। ଏଥିରେ ତାଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାରେ ସଲମାନଙ୍କ କେୟାର ଟେକର ସୁନ୍ଦର ରାମଙ୍କ ବୟାନ ପରେ ପୁଲିସ ବିଜେପି ନେତା କୁନ୍ଦନ ଚିଲୱାଲ ଓ ରାକେଶ କପିଲଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ତେବେ କୋର୍ଟ ଦୁଇଜଣଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ। ଆଜି ଆଉ ବୁଝାମଣା ପତ୍ର ପରେ ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ବୁଝଣାପତ୍ରରେ କୁହାଯାଇଛି ଯେ ଏହି ଘଟଣାରେ ଦୁଇ ବିଜେପ ନେତା ସାମିଲ୍ ନାହାନ୍ତି। କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କାଣ୍ଡ ଘଟାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.