ଲାଞ୍ଚ ମାମଲାରେ ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଓ ୫ହଜାର ଟଙ୍କା ଜରିମାନା

Published By : Prameya-News7 Bureau | August 12, 2022 IST

ଫୁଲବାଣୀ ୧୨।୮: ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ ଦଣ୍ଡ । ଗୁରୁବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନର ସବ୍ ଟ୍ରେଜେରୀ ଅଫିସ ବାଲିଗୁଡାରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମlନା ଅନାଦେୟ ଅଧିକା ୩  ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନାରାୟଣ ମଲ୍ଲିକ ବୌଦ୍ଧରେ ଥିବାବେଳେ ଜଣେ କର୍ମଚାରୀଙ୍କ ଅନ୍ ୟୁଟିଲାଇଜିଡ୍ ସାଲାରୀ ବିଲ୍ କରିବା ପାଇଁ ୧୯/୧୦/୨୦୧୯ ତାରିଖ ଦିନ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ୨୮/୧୯ରେ ମାମଲା ରୁଜୁ କରିଥିଲେ । ଗୁରୁବାର ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜଜ୍ ଉପରୋକ୍ତ ରାୟ ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.