ଗାଙ୍ଗୁଲିଙ୍କ ଉପରେ ପୁଣି ଥରେ ବର୍ଷିଲେ ପୂର୍ବତନ କୋଚ୍ ଗ୍ରେଗ୍ ଚାପେଲ୍, କହିଲେ...

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ ୨୦।୦୫: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଗ୍ରେଗ୍ ଚାପେଲ୍ ପୁଣି ଥରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ୍ କରିଛନ୍ତି। ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଶିକ୍ଷକ ରହିଥିବା ଚାପେଲ୍ ଗାଙ୍ଗୁଲିଙ୍କୁ ସ୍ଵାର୍ଥପର ବ୍ୟକ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଚାପେଲ୍ କୋଚ୍ ରହିବା ସମୟରେ ଭାରତୀୟ ଦଳ ୨୦୦୭ ବିଶ୍ଵ କପରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା। ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ଵରେ ଦଳ ପ୍ରଥମ ରାଉଣ୍ଡରୁ ହିଁ ବାଦ୍ ପଡିଥିଲା। ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହ୍ଵାଗ, ଅନିଲ କୁମ୍ବଲେଙ୍କ ପରି ଦିଗ୍‌ଜକୁ ନେଇ ମଜବୁତ ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଏହି ନିମ୍ନମାନର ପ୍ରଦର୍ଶନ ପରେ ପ୍ରଶଂସକ ଅନେକ ଖେଳାଳିଙ୍କ ଘର ବାହାରେ ପ୍ରଦର୍ଶନ କରିଥିଲେ।

{"id":455047,"sizeSlug":"large","linkDestination":"none"}

କ୍ରିକେଟ୍ ଲାଇଫ୍ ଷ୍ଟୋରିଜ୍ ପୋଡକାଷ୍ଟରେ ଆଲୋଚନା ବେଳେ ଚାପେଲ୍ କହିଛନ୍ତି, ଗାଙ୍ଗୁଲି ବହୁତ ସ୍ଵାର୍ଥୀ ମଣିଷ ଥିଲେ। ତାଙ୍କୁ କେବଳ ନିଜ ଅଧିନାୟକତ୍ଵରେ ମତଲବ ଥିଲା। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର କହିଛନ୍ତି, ଭାରତରେ ଦୁଇ ବର୍ଷ ବହୁତ ଆହ୍ଵାନପୂର୍ଣ୍ଣ ଥିଲା। କିଛି ସମସ୍ୟା ଗାଙ୍ଗୁଲିଙ୍କ ଅଧିନାୟକକୁ ନେଇ ଥିଲା। ଗାଙ୍ଗୁଲି କେବେ ବି ପରିଶ୍ରମ କରିବାକୁ ଚାହୁଁନଥିଲେ। ସେ ଚାହୁଁନଥିଲେ ଯେ, ତାଙ୍କ ଖେଳରେ କୌଣସି ସୁଧାର ଆସୁ। ସେ କେବଳ ଅଧିନାୟକ ଭାବେ ଦଳରେ  ରହିବାକୁ ଚାହୁଁଥିଲେ, ଯଦ୍ଵାରା ସେ ନିଜ ହିସାବରେ ଦଳକୁ ନିଜ ନିୟନ୍ତ୍ରଣରେ ରଖି ପାରିବେ।

ଚାପେଲ୍ କହିଛନ୍ତି, ରାହୁଲ ଦ୍ରାବିଡ ବହୁତ ଭଲ ଅଧିନାୟକ ଥିଲେ। ସେ ଭାରତକୁ ସର୍ବଶ୍ରେଷ୍ଠ ଦଳ କରିବାକୁ  ଚାହୁଁଥିଲେ। ସେ କହିଛନ୍ତି, ମୁଁ ନିଜେ ମଧ୍ୟ ଦଳରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲି। ସ୍ଥିତି ଖରାପ ହେବା ପୂର୍ବରୁ ଦ୍ରାବିଡଙ୍କ ଅଧିନାୟକତ୍ଵରେ ଗୋଟିଏ ବର୍ଷ ବହୁତ ଭଲ କଟିଥିଲା। ଦ୍ରାବିଡ ଭାରତୀୟ ଦଳକୁ ଦୁନିଆର ସର୍ବଶ୍ରେଷ୍ଠ ଦଳ କରିବାକୁ ଚାହୁଁଥିଲେ। ମାତ୍ର ସମସ୍ତଙ୍କ ଚିନ୍ତାଧାରା ସମାନ ନୁହେଁ।

{"id":455048,"sizeSlug":"large","linkDestination":"none"}

ଗ୍ରେଗ୍ ଚାପେଲ୍ କହିଛନ୍ତି, କିଛି ବରିଷ୍ଠ ଖେଳାଳି ଏଥିପାଇଁ ତାଙ୍କର ବିରୋଧ କରିଥିଲେ,କାରଣ ସେମାନଙ୍କ ମଧ୍ୟରୁ କିଛି ଖେଳାଳିଙ୍କ କ୍ୟାରିୟର ଶେଷ ହେବାକୁ ଯାଉଥିଲା। ଯେବେ ଗାଙ୍ଗୁଲିଙ୍କୁ ଦଳରୁ ବାହାର କରାଗଲା, କିଛି ଖେଳାଳିଙ୍କୁ ଭୟ କାରିଥିଲା ଯେ, ଗାଙ୍ଗୁଲିଙ୍କ ପରି ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ମଧ୍ୟ କୌଣସି ସମୟରେ ଦଳରୁ ବାହାର କରାଯାଇପାରେ।

ଚାପେଲ୍ କହିଛନ୍ତି, ତାଙ୍କୁ ଭାରତୀୟ ଦଳର କୋଚ୍‌ ହେବା ପାଇଁ ଗାଙ୍ଗୁଲି ହିଁ ପ୍ରଥମେ ତାଙ୍କ ସହ ଯୋଗାଯୋଗ କରିଥିଲେ। ସେହି ସମୟରେ ଅଷ୍ଟ୍ରେଲିଆ ଦଳର କୋଚ୍ ଥିଲେ ଜନ ବୁକାନନ। ନିଜ ଦେଶର ନ ହୋଇପାରିଲେ ନାହିଁ ଦୁନିଆର ସବୁଠୁ ମଜବୁତ ଦଳ ଭାରତର କୋଚ୍ ହେବାକୁ ନିଷ୍ପତ୍ତି ନେଇଥିଲେ ଚାପେଲ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.