IPL: ଧୋନୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍, ଚେନ୍ନାଇ ଯିବାକୁ ପ୍ରସ୍ତୁତି ଆରମ୍ଭ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ବୁଧବାର ଟେଷ୍ଟ ପାଇଁ ଧୋନୀଙ୍କ ନମୂନା ନିଆଯାଇଥିଲା। ଆଜି ଏହାର ରିପୋର୍ଟ ଆସିଛି।

ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇ ଯାତ୍ରା କରିବା ପୂର୍ବରୁ ନିଜର ଗୃହ ସହର ରାଞ୍ଚିରେ କୋଭିଡ୍-୧୯ ପରୀକ୍ଷଣ କରାଇଥିଲେ। ଧୋନୀ ଆଇପିଏଲ ପ୍ରୋଟୋକଲର ପାଳନ କରି ନିଜର ପରୀକ୍ଷଣ କରାଇଛନ୍ତି। ସୂତ୍ର ଅନୁଯାୟୀ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଧୋନୀଙ୍କ ନମୂନା ପରୀକ୍ଷଣ ହୋଇଛି।

{"id":313986,"sizeSlug":"large"}

ରିପୋର୍ଟ ନେଗେଟିଭ୍ ଆସିବା ପରେ ମହେନ୍ଦ୍ର ସିଂହ ଧୋନୀ ଏବେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବେ। ଚେନ୍ନାଇ ପହଞ୍ଚିବା ପରେ ଅଗଷ୍ଟ ୧୭ ଓ ୧୮ ତାରିଖରେ ପୁଣି ଥରେ ତାଙ୍କର କରୋନା ଟେଷ୍ଟ କରାଯିବ। କରୋନା ଭାଇରସ କାରଣରୁ ଲମ୍ବା ବ୍ରେକ୍ ପରେ ଆଇପିଏଲ ଦଳଗୁଡିକ ୧୩ତମ ସଂସ୍କରଣ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ୩୯ ବର୍ଷୀୟ ମହେନ୍ଦ୍ର ସିଂହ ଧୋନୀ ଆଗାମୀ ଚଳିତ ଆଇପିଏଲରେ ତିନି ଥରର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ଵ ନେବେ।

ଚଳିତ ବର୍ଷ ଆଇପିଏଲ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ। ଆଶା କରାଯାଉଛି ଚେନ୍ନାଇ ସୁପରକିଙ୍ଗ୍ସର ଖେଳାଳି ଅଗଷ୍ଟ ୧୪ ସୁଦ୍ଧା ଚେନ୍ନାଇ ପହଞ୍ଚିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.