୮୦ ବର୍ଷରେ କରୋନାକୁ ମାତ୍ ଦେଲେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ

Published By : Prameya-News7 Bureau | August 15, 2020 IST

ବ୍ରହ୍ମପୁର, ୧୫|୦୮:  କରୋନା ସହ ଲଢେଇରେ ଜିତିଲେ ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା। ସେ ୮୦ ବର୍ଷ ବୟସରେ ମଧ୍ୟ ମାରାତ୍ମକ କରୋନା ଭାଇରସକୁ ମାତ୍ ଦେଇଛନ୍ତି ।

ଗତ ୪ ତାରିଖରେ ସେ ପଜିଟିଭି ଚିହ୍ନଟ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର  ଚିନ୍ତାମଣି ଦ୍ୟାନସାମନ୍ତରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଉ ତାଙ୍କ ପୁତ୍ର ମନୋରଞ୍ଜନ ଦ୍ୟାନସାମନ୍ତରା ସୂଚନା ଦେଇଛନ୍ତି।

ପରିଣତ ବୟସ ସତ୍ତ୍ୱେ ଦୃଢ଼ ମନୋବଳ ଯୋଗୁଁ ସେ କେବଳ ଯେ ନିଜେ ଆରୋଗ୍ୟ ଲାଭ କରିଛନ୍ତି ଏହା ନୁହଁ ବରଂ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ସାଜିଛନ୍ତି। ହସ୍ପିଟାଲରୁ ସୁସ୍ଥ ହେବା ପରେ କରୋନାକୁ ନେଇ ଭୟ ନକରି ବରଂ ଦୃଢ ମନୋବଳ ସହିତ ଲଢେଇ କଲେ କରୋନା ହାରିବ ଓ ମାନବ ସମାଜ ନିଶ୍ଚୟ ଜିତିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.