ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, କହିଲେ କୃଷକଙ୍କ ସହ ବିଶ୍ବାସଘାତକତା କରିଛି କେନ୍ଦ୍ର

Published By : Prameya-News7 Bureau | December 03, 2020 IST

ଚଣ୍ଡିଗଡ ୩।୧୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲ ଗୁରୁବାର ଦିନ ପଦ୍ମ ବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି । କେନ୍ଦ୍ର ସରକାର କୃଷକମାନଙ୍କ ସହ ବିଶ୍ବାସଘାତକତା କରିବା ଅଭିଯୋଗ ଆଣି ସେ ଏହି ପୁରସ୍କାର ଫେରାଇ ଦେଇଛନ୍ତି ।

ଗୁରୁବାର ଦିନ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଏଭଳି ପଦକ୍ଷେପ ନେଇଛନ୍ତି । କୃଷକ ନେତା ଏବଂ ମନ୍ତ୍ରୀମାନଙ୍କ ମଧ୍ୟରେ ବୈଠକ ଚାଲିଥିବା ବେଳେ ଏଭଳି ଖବର ଶୁଣିବାକୁ ମିଳିଛି । ଦୀର୍ଘ ୮ ଦିନ ଧରି କେନ୍ଦ୍ର ସରକାରଙ୍କ ତିନୋଟି କୃଷି ବିଲ୍ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଜଡିତ ଥିବା ଶିରୋମଣୀ ଅକାଳୀ ଦଳ କୃଷକ ସମ୍ବନ୍ଧୀୟ ବିଲ୍‌କୁ ବିରୋଧ କରିବା ପାଇଁ କେନ୍ଦ୍ରରେ ଥିବା ମୋଦି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ମୋଦି ସରକାରରେ ମନ୍ତ୍ରୀ ଥିବା ପ୍ରକାଶ ସିଂହ ବାଦଲଙ୍କ ବୋହୂ ହରସିମରତ କୌର ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଦେଇଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.