ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଖଣ୍ଡୁଆ ଦେଇ ସ୍ୱାଗତ କଲେ ସେବାୟତ- ଶ୍ରୀମନ୍ଦିର ପ୍ରଶାସନ
16/09/2023 at 10:25 PM

ପୁରୀ: ଶନିବାର ପୁରୀ ଗସ୍ତରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମହାପ୍ରଭୁଙ୍କୁ ଭିତରକାଠ ନିକଟରୁ ଦର୍ଶନ କରି ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି । ଏହି ସମୟରେ ତାଙ୍କ ପତ୍ନୀ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ତାଙ୍କ ସହ ଥିଲେ।
ପ୍ରଥମେ ଉତ୍ତରଦ୍ୱାର ଠାରେ ପହଞ୍ଚିବା ପରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଏହାପରେ ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
ଶ୍ରୀମନ୍ଦିରରେ ପ୍ରାୟ ୧୦ ମିନିଟ୍ ଅତିବାହିତ କରିଥିଲେ ରାମନାଥ କୋବିନ୍ଦ । ଦେଶର ସୁଖ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କରିଥିଲେ। ଦର୍ଶନ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ରାମନାଥ କୋବିନ୍ଦ।
ଆହୁରି ପଢ଼ନ୍ତୁ: ସମଲେଶ୍ବରୀ ମନ୍ଦିରରେ ନୂଆ ଧାନ, ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ