ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬/୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି। କିନ୍ତୁ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି।  ଏମ୍ସର ଅଧିକାରୀ ଏନେଇ ଶନିବାର ସୂଚନା ଦେଇଛନ୍ତି। ୮୯ ବର୍ଷୀୟ କଂଗ୍ରେସ ନେତାଙ୍କୁ ଜ୍ବର ହେବା ପରେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଥିବା ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ‘ମନମୋହନ ସିଂହଙ୍କୁ ଡେଙ୍ଗୁ ହୋଇଥିବା ସ୍ପଷ୍ଟ ହୋଇଛି। କିନ୍ତୁ ଏବେ ତାଙ୍କର ପ୍ଲେଟଲେଟସ୍‌ ସଂଖ୍ୟା ବୃଦ୍ଧି ପାଉଛି ଏବଂ ସ୍ବାସ୍ଥ୍ୟ ସ୍ଥିତିରେ ସୁଧାର ଆସୁଛି।’

ଡଃ ସିଂହଙ୍କୁ ଏମ୍ସର କାର୍ଡିଓ-ନ୍ୟୁରୋ ସେଣ୍ଟରର ଏକ ଓ୍ବାର୍ଡରେ ରଖାଯାଇଛି। ଡାକ୍ତର ନୀତିଶ ନାଇକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏମ୍ସରେ ମନମୋହନ ସିଂହଙ୍କୁ ସାକ୍ଷାତ କରିବା ସହ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି।

କିନ୍ତୁ ତାଙ୍କର ଏମ୍ସ ଗସ୍ତକୁ ନେଇ ବିବାଦ ଉପୁଜିଛି । କାରଣ ସେ ସେଠାକୁ ଯିବା ବେଳେ ନିଜ ସାଥିରେ ଜଣେ ଫଟୋ ଗ୍ରାଫରକୁ ନେଇ ଯାଇଥିଲେ।  ପରିବାର ସଦସ୍ୟଙ୍କ ଅନୁମତି ବିନା ଫଟୋଗ୍ରାଫରକୁ ମାଣ୍ଡଭିୟ ନେବା ପ​‌ରେ ମନମୋହନ ସିଂହଙ୍କ ଝିଅ ଦମନ ସିଂହ ଏହା ଉପରେ ଆପତ୍ତି ଉଠାଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.