Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋଦୀ ସରକାରଙ୍କର ଏହି ନିଷ୍ପତ୍ତିରେ ଖୁସି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ; କହିଲେ- ଭଲ ପଦକ୍ଷେପ ନେଇଛନ୍ତି ସରକାର

8/09/2023 at 4:39 PM

Manmohan Singh praised Modi

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଋଷ-ୟୁକ୍ରେନ୍ ଯୁଦ୍ଧ ଉପରେ ଭାରତରେ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ମନମୋହନ। ସେ କହିଛନ୍ତି “ଶାନ୍ତି ପାଇଁ ଆବେଦନ କରି ଦେଶର ସାର୍ବଭୌମତ୍ୱକୁ ଗୁରୁତ୍ୱ ଦେଇ ଅର୍ଥନୀତିକ ହିତରେ ଉଚିତ କାର୍ଯ୍ୟ କରାଯାଇଛି।” ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ପାଇଁ ଭାରତ ବାରମ୍ବାର ଶାନ୍ତିମୂଳକ ଆଲୋଚନା କଥା ଉଠାଇଛି ବୋଲି ମନମୋହନ ସିଂହ କହିଛନ୍ତି।

ଭାରତ ଅଧ୍ୟକ୍ଷତାରେ ଦେଶରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରାଯାଉଥିବାରୁ ମନମୋହନଙ୍କ ଏପରି ବୟାନକୁ ଗୁରୁତ୍ୱପୂର୍ଣ୍ଣ ନଜରରେ ଦେଖାଯାଉଛି।। ଇଣ୍ଡିଆନ ଏକ୍ସପ୍ରେସ୍‌କୁ ସାକ୍ଷାତ୍‌କାର ଦେଇ ମନମୋହନ ସିଂହ ଅନ୍ତର୍ଜାତୀୟ କ୍ରମ ପରିବର୍ତ୍ତନ, ପଶ୍ଚିମ ଦେଶ ସହ ଚୀନର ଭୌଗଳିକ ରାଜନୀତି ବିବାଦ ଓ ଏସବୁରେ ଭାରତର ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି।

ପଢ଼ନ୍ତୁ-ସନ୍ଧ୍ୟାରେ ମୋଦୀ-ବାଇଡେନ ଦ୍ୱିପାକ୍ଷିକ ଆଲୋଚନା, ଜି ୨୦ ବାଦ୍‌ ସମୁଦାୟ ୧୫ ବୈଠକ କରିବେ ପ୍ରଧାନମନ୍ତ୍ରୀ

ସେ ଜୋର୍ ଦେଇ କହିଛନ୍ତି ଯେ ଭାରତ ସାମ୍ବିଧାନିକ ମୂଲ୍ୟବୋଧ ରଖୁଥିବା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରୀକ ଦେଶ। ଏକ ବଢ଼ୁଥିବା ଅର୍ଥନୀତି ମଧ୍ୟ, ତେଣୁ ବିଶ୍ୱର କ୍ରମ ପରିବର୍ତ୍ତନରେ ଆମ ଦେଶ ମୁଖ୍ୟ ଭୂମିକା ନିର୍ବାହ କରିପାରିବ ବୋଲି ମନମୋହନ କହିଛନ୍ତି।

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିବା ମନମୋହନ ଏକଥା ବି କହିଛନ୍ତି ଯେ ସେ ଭାରତ ପାଇଁ ଚିନ୍ତା କରିବା ବଦଳରେ ଅଧିକ ଆଶାବାଦୀ ଅଛନ୍ତି। ତେବେ ଏହି ଆଶା ଭାରତର ସୁସଂସଗଠିତ ହେବା ଉପରେ ନିର୍ଭରେ କରେ ବୋଲି ମନମୋହନ କହିଛନ୍ତି। ସେହିପରି ରାଜନୈତିକ ମୂଲ୍ୟବୋଧକୁ ନେଇ ମନମୋହନ କହିଛନ୍ତି କୌଣସି ଦଳ କିମ୍ବା ବ୍ୟକ୍ତିଗତ ରାଜନୀତି ପାଇଁ କୂଟନୀତି ଓ ବିଦେଶ ନୀତିର ଉପଯୋଗ କରିବରୁ ସଞ୍ଜମତା ରକ୍ଷା କରିବା ସେତେକି ଗୁରୁତ୍ୱପୂର୍ଣ୍ଣ।  

ଜି-୨୦କୁ ନେଇ ମନମୋହନ କହିଛନ୍ତି ଯେ ମୁଁ ବହୁତ ଖୁସି ଯେ ଭାରତ ଜି-୨୦ର ଆୟୋଜନ କରୁଛି ଓ ଏହି ଦେଶସମୁହର ଅଧ୍ୟକ୍ଷତା ବର୍ତ୍ତମାନ ଭାରତ ପାଖରେ ରହିଛି। ସେ କହିଛନ୍ତି “ବହୁତ ଖୁସି ଲାଗୁଛି ଯେ ମୁଁ ଜୀବିତ ଥିବା ସମୟରେ ଜି-୨୦ ଅଧ୍ୟକ୍ଷତା କରିବା ପାଳି ଭାରତରେ ଭାଗରେ ପଡ଼ିଲା ଓ ମୁଁ ଦେଖି ପାରୁଛି ଯେ ଭାରତ ଜି-୨୦ ପାଇଁ ବିଶ୍ୱ ନେତାଙ୍କ ନେତୃତ୍ୱ ନେଉଛି।” ତେବେ ବୈଠକକୁ ଚୀନ ରାଷ୍ଟ୍ରପତିଙ୍କ ନ ଆସିବାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ମନମୋହନ। ତା ସହିତ ଭାରତ ସରକାର ଦେଶରେ ସୀମା ସୁରକ୍ଷା, ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ଦ୍ୱିପାଖି ଟେନସନ ଦୂର କରିବେ ବୋଲି ମୋର ଆଶା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା।

ବିଶ୍ୱ ଅର୍ଥନୀତିରେ ଭାରତର ଭୂମିକା ବିଷୟରେ ମନମୋହନ କହିଛନ୍ତି , ୨୦୦୫ ରୁ ୨୦୧୫, ଏହି ଦଶନ୍ଧି ମଧ୍ୟରେ ଜିଡିପିର ଅଂଶ ଭାବରେ ଦେଶର ବାହ୍ୟ ବାଣିଜ୍ୟ ଦ୍ୱିଗୁଣିତ ହୋଇଛି। ଫଳରେ ଏହି ୧୦ ବର୍ଷ ଭିତରେ ଶହ ଶହ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ସାହାଯ୍ୟ କରିଛି। ବର୍ତ୍ତମାନ ବିଶ୍ୱ ଅର୍ଥନୀତି ସହିତ ଭାରତର ଅର୍ଥନୀତି ଅଧିକ ଜଡ଼ିତ ହୋଇଯାଇଛି ବୋଲି ମନମୋହନ କହିଛନ୍ତି।

ଲେହିପରି ଡି-ଗ୍ଲୋବାଲାଇଜେସନ ଆଗକୁ ଚାଲି ଆସୁଥିବା ବିୈଶ୍ୱିକ କ୍ରମନ୍ୱୟକୁ ବାଧା ଦେବ। କିନ୍ତୁ ତଥାପି ଆପଣ ଭାରତ ପାଇଁ ଏକ ଗ୍ଲୋବାଲ ସପ୍ଲାଏ ଚେନ୍ ଖୋଲିପାରିବେ। କୌଣସି ଦ୍ୱନ୍ଦ୍ୱରେ ନ ଫସି ବିଶ୍ୱରେ ସମସ୍ତଙ୍କ ସହ ବାଣିଜ୍ୟିକ ଡିଲ୍‌ ଚାଲୁ ରଖିବା ଭାରତ ଅର୍ଥନୀତିର ସ୍ୱାର୍ଥରେ ବୋଲି ମନମୋହନ କହିଛନ୍ତି।

ଚନ୍ଦ୍ରଯାନ-୩ର ସଫଳତା ପାଇଁ ବଧେଇ ଦେଲେ ମନମୋହନ
ମନମହୋନଙ୍କ ସମୟରେ ୨୦୦୮ରେ ଚନ୍ଦ୍ରଯାନ-୧ ଲଞ୍ଚ କରିଥିଲା। ହେଲେ ଏବେ ଚନ୍ଦ୍ରଯାନ -୩ ର ସଫଳତା ପରେ ଇସ୍ରୋକୁ ବଧେଇ ଜଣାଇଛନ୍ତି ମନମୋହନ। ସେ କହିଛନ୍ତି ଯେ ଦୀର୍ଘ ୭୦ ବର୍ଷ ହେଲା ବୈଜ୍ଞାନିକ କାର୍ଯ୍ୟକୁ ପ୍ରୋତ୍ସାହିତ କରି ବିଦେଶରେ ଦେଶର ଗୌରବ ବଢ଼ାଇବାର ପ୍ରୟାଶ ଜାରି ରହିଛି।

   Related Posts