ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ପିସିସି ସଭାପତି, ରଖିଲେ ବିଭିନ୍ନ ଅଭିଯୋଗ
30/08/2023 at 3:00 PM

ଭଦ୍ରକ ୩୦।୮: ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଜିଲ୍ଲାର ଅନେକ ସମସ୍ୟା ସହ ଭଣ୍ଡାରିପୋଖରୀ ବ୍ଲକର ଅନେକ ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବୈତରଣୀ ନଦୀର ବାମ ବନ୍ଧକୁ ସୁଦୃଢ଼ କରିବା ସହ ବନ୍ୟା ବିପତ୍ତିରୁ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକକୁ ରକ୍ଷା କରିବା ନେଇ ଦାବି କରିଛନ୍ତି ।
ସମାନ ଭାବେ ଭତ୍ତା ଓ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ପାତରଅନ୍ତର କରୁଥିବା ଅଭିଯୋଗ ମଧ୍ୟ ରଖିଛନ୍ତି । ତେବେ ଜିଲ୍ଲାର ସମସ୍ୟା ବିଷୟରେ ସେ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ସମାଧାନ ଦିଗରେ ତତ୍ପର ହେବା ନେଇ ଆଶାବାଦୀ ଥିବା କହିଛନ୍ତି ।
You Can Read :
Related Posts
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023