ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ବଢିଲା ଅଡୁଆ, ଆଣ୍ଟି ଟେରରିଜିମ ଆକ୍ଟରେ ମାମଲା ରୁଜୁ
21/08/2022 at 10:24 PM

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ଇମ୍ରାନ ଖାନଙ୍କ ବିରୋଧରେ ଆଣ୍ଟି ଟେରରିଜିମ୍ ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି । ଜଣେ ବିଚାରପତି ଏବଂ ପାକିସ୍ତାନ ସରକାରରେ ଦୁଇ ଜଣ ଶୀର୍ଷ ଅଧିକାରୀଙ୍କୁ ଧମକ ଦେବାକୁ ନେଇ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଇସଲାମାବାଦରେ ଏକ ଜନସଭାକୁ ସମ୍ୱୋଧିତ କରିବା ସମୟରେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଏହା ପୂର୍ବରୁ ପାକିସ୍ତାନର ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନଜର ରଖୁଥିବା ସଂସ୍ଥା ଇମ୍ରାନ ଖାନଙ୍କ ଭାଷଣର ସିଧାପ୍ରସାରଣ ଉପରେ ରୋକ ଲଗାଇଥିଲା। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟାରୀ ଅଥରିଟୀ(ପିଇଏମଆରଏ) କହିଛି, ସମସ୍ତ ଯାଞ୍ଚ କରାଯିବା ପରେ ଇମ୍ରାନ ଖାନଙ୍କ ରେକର୍ଡ ହୋଇଥିବା ଭାଷଣକୁ ପ୍ରସାରଣ ପାଇଁ ଅନୁମତି ଦିଆଯିବ।
ପାକିସ୍ତାନର ଆଭ୍ୟନ୍ତରୀଣ ମାମଲା ମନ୍ତ୍ରୀ ରାଣା ସାନାଉଲ୍ଲା ରବିବାର କହିଛନ୍ତି, ଇମ୍ରାନ ଖାନଙ୍କ ଲଗାତାର ଭାବେ ଦେଶର ସେନା ଏବଂ ଅନ୍ୟ ସଂସ୍ଥା ଗୁଡିକୁ ଟାର୍ଗେଟ କରୁଛନ୍ତି ।