AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ବେଆଇନ ଫଣ୍ଡିଂ ମାମଲା, ଇମ୍ରାନ ଖାନ ଉପରେ ଗିରଫଦାରୀର ଖଣ୍ଡା

20/08/2022 at 6:17 PM

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉପରେ ଗିରଫବାଦୀର ଖଣ୍ଡା ଝୁଲିଛି। ପାରିସ୍ତାନର ଶୀର୍ଷ ଯାଞ୍ଚ ଏଜେନ୍ସି ସାମନରେ ହାଜର ନ ହେବା ତଥା ଅବୈଧ ଫଣ୍ଡିଂ ମାମଲାରେ ନୋଟିସର ଜବାବ ନ ଦେବା ପରେ ତାଙ୍କୁ ଗିରଫ କରାଯାଇ ପାରେ। ସ୍ଥାନୀୟ ମିଡିଆ ରିପୋର୍ଟରେ ଶନିବାର ଏହି ଖବର ସାମନାକୁ ଆସିଛି। ଏଫଆଇଏ ଏହି ମାମଲାରେ ଶୁକ୍ରବାର ଇମ୍ରାନ ଖାନଙ୍କୁ ଦ୍ୱିତୀୟ ନୋଟିସ ଜାରି କରିଛି।

ଦ ନ୍ୟୁଜର ରିପୋର୍ଟ ଅନୁସାରେ ଇମ୍ରାନ ଖାନଙ୍କୁ ଗତ ବୁଧବାର ପ୍ରଥମ ନୋଟିସ ଜାରି କରାଯାଇଥିଲା, କିନ୍ତୁ ସେ ଏଫଆଇଏ ଟିମ ଆଗରେ ହାଜର ହେବାକୁ ମନା କରିଥିଲେ। ଏଫଆଇଏ ଉଚ୍ଚ ଅଧିକାରୀଙ୍କ ବୟାନକୁ ନେଇ ରିପୋର୍ଟରେ କୁହାଯାଇଛି, ତିନୋଟି ନୋଟିସ ଜାରି କରାଯିବା ପରେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ରିପୋର୍ଟ ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଟି ସହ ଜଡିତ ପାଞ୍ଚଟି କମ୍ପାନିର ବିଷୟରେ ଏଫଆଇଏ ଜାଣିବାକୁ ପାଇଛି। ଏହି ସବୁ କମ୍ପାନି ଅଷ୍ଟ୍ରେଲିଆ, କାନାଡା, ବ୍ରିଟେନ ଏବଂ ବେଲଜିୟମରେ କାମ କରୁଛି। ପାକିସ୍ତାନ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ରିପୋର୍ଟରେ ଏହି କମ୍ପାନି ଗୁଡିକର ଉଲ୍ଲେଖ ନାହିଁ।  

   Related Posts