କୋହଲିଙ୍କ ସମର୍ଥନରେ ବାହାରିଲେ ଇଞ୍ଜାମାମ ଉଲ ହକ୍, ଦେଲେ ଏହି ପରାମର୍ଶ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ:  ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଶାନ୍ତ ରହିଥିଲା। ସେ ଦିନିକିଆ ଓ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ କରିଛନ୍ତି। ଫଳରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି। ତେବେ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍। ଏହି ସିରିଜରେ କୋହଲି ୧୧ଟି ଇନିଂସରେ ମାତ୍ର ୨୧୮ ରନ ସ୍କୋର କରିଛନ୍ତି।  

ଇଞ୍ଜାମାମ କହିଛନ୍ତି ଯେ, ଅନେକ କୋହଲିଙ୍କ ଖେଳିବା ଶୈଳୀକୁ ନେଇ ପ୍ରଶ୍ନ କରୁଛନ୍ତି। ତାଙ୍କ ଟେକନିକକୁ ନେଇ ସମାଲୋଚନା କରୁଛନ୍ତି। କିନ୍ତୁ ସେ ୭୦ଟି ଶତକ ଅର୍ଜନ କରିସାରିଛନ୍ତି। ଏପରିସ୍ଥଳେ ତାଙ୍କ ଟେକନିକକୁ ସମାଲୋଚନା କରିବା ଠିକ ନୁହେଁ।

{"id":231760,"width":761,"height":399,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କର ଭଲ ଓ ଖରାପ ସମୟ ଆସିଥାଏ। ତାମାନେ ଏହା ନୁହେଁ ଯେ କାହାର ଟେକନିକ୍ ଖରାପ ରହିଛି। ଖେଳାଳିମାନେ ବେଳେବେଳେ ସମସ୍ତ ଉଦ୍ୟମ ପ୍ରୟୋଗ କଲେ ମଧ୍ୟ ରନ ଆସିନଥାଏ। ଯେତେବେଳେ କେଉଁ ଖେଳାଳିର ଖରାମ ସମୟ ଆସେ ତାକୁ ସମସ୍ତେ ସମାଲୋଚନା କରିଥାନ୍ତି। ଯଦି କୋହଲି ଖରାପ ଖେଳୁଛନ୍ତି ତେବେ ଅନ୍ୟ ବ୍ୟାଟସମ୍ୟାନମାନେ ମଧ୍ୟ ଭଲ ରନ କରିନାହାଁନ୍ତି। ସେମାନଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିବା ଦରକାର ବୋଲି ଇଞ୍ଜାମାମ କହିଛନ୍ତି।

{"id":231761,"width":776,"height":437,"sizeSlug":"large"}

କୋହଲିଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି। ଏହି ସମୟ ସର୍ବଦା ରହିବ ନାହିଁ। କେବେ ଟେକନିକକୁ ନେଇ ଆଲୋଚନା କରିବା ଠିକ ନୁହେଁ। କୋହଲି ନିଜ ଟେକନିକରେ ପରିବର୍ତ୍ତନ କରିବା ଅନୁଚିତ। ସେ ଜଣେ ଭଲ ଖେଳାଳି ଓ ଏତେ ଜଲଦି ନିରାଶ ହେବା ଅନୁଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.