ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ 

5/02/2023 at 11:47 AM

ଦୁବାଇ: ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍ ମୁଶାରଫଙ୍କ ପରଲୋକ । ୭୯ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୁବାଇର ଏକ ହସ୍ପିଟାଲରେ ନିଧନ ହୋଇଥିବା ସୂଚନା ମିଳିଛି । ୨୦୧୬ରୁ  ଲମ୍ବା ସମୟ ଧରି ସେ ରୋଗରେ ପୀଡିତ ଥିଲେ । ମୁଶାରଫ୍‌ଙ୍କ ପରଲୋକ ନେଇ ପାରିବାର ଲୋକ ସୂଚନା ଦେଇଛନ୍ତି।

ପରଭେଜ୍ ମୁଶାରଫ୍‌ ୨୦୦୧ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ଏହା ପୂର୍ବରୁ ସେ ପାକିସ୍ତାନୀ ସେନାର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ଭାରତ-ପାକିସ୍ତାନ କାର୍ଗିଲ ଯୁଦ୍ଧ ପାଇଁ  ମୁଶାରଫ୍‌ଙ୍କୁ ଦାୟୀ କରାଯାଇଥିଲା । ୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ଲଢିଲେ ମୁଶାରଫ୍ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

୧୯୪୩ ଅଗଷ୍ଟ ୧୧ ତାରିଖରେ ବ୍ରିଟିଶ ଶାସନ କାଳରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ଜେନେରାଲ ପରଭେଜ୍ ମୁଶାରଫ । ୧୯୬୧ ମସିହା ଅପ୍ରେଲ୍ ୧୯ ତାରିଖରେ ପାକିସ୍ତାନ ସେନାର କମିସନ ହାସଲ କରିଥିଲେ । ପରେ ମୁଶାରଫ୍ ସେନାର ସ୍ପେଶାଲ ସର୍ଭିସ ଗ୍ରୁପରେ ସାମିଲ ହୋଇଥିଲେ । ୧୯୬୫ ଏବଂ ୧୯୭୧ ଭାରତ-ପାକ୍ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୯୯୮ରେ ତାଙ୍କୁ ପାକିସ୍ତାନ ସେନାରେ ଜେନେରାଲ୍ ପଦକୁ ପଦୋନ୍ନତି ମିଳିଥିଲା । ପରେ ଜେନେରାଲ୍ ପରଭେଜ୍ ମୁଶାରଫ ପାକିସ୍ତାନ ସେନାର ଦାୟିତ୍ବ ସମ୍ଭାଳିଥିଲେ ।

ଏହାର ଏକ ବର୍ଷ ପରେ ଅର୍ଥାତ୍ ୧୯୯୯ ଅକ୍ଟୋବରେ ମୁଶାରଫ୍ ପାକିସ୍ତାନ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଜନମତ ଆଧାରରେ ୨୦୦୨ରେ ତାଙ୍କୁ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଥିଲା । ଏହା ପରେ ୨୦୦୮ ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ସମୟ ଧରି ପାକିସ୍ତାନର ରାଷ୍ଟ୍ରପତି ଭାବେ ରହିଥିଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର୍ ଭଟ୍ଟି ହତ୍ୟାକାଣ୍ଡ ଓ ଲାଲ୍ ମସଜିଦ୍‌ର ମୌଲବୀଙ୍କ ହତ୍ୟା ମାମଲାରେ ମୁଶାରଫ୍‌ଙ୍କୁ ପଳାୟନପନ୍ଥୀ ଘୋଷଣା କରିଥିଲେ ପାକିସ୍ତାନ ସରକାର । ୨୦୦୭ରେ ମୁଶାରଫ୍‌ଙ୍କୁ ରାଜଦ୍ରୋହ ମକଦ୍ଦମାର ସାମ୍ନା କରିବାକୁ ପଡ଼ିଥିଲା ।  

୨୦୦୧ରେ ଆଗ୍ରା ଶାନ୍ତି ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ ପରଭେଜ୍ ମୁଶାରଫ । ଏହି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହିତ ଦୁଇ ଦେଶ ମଧ୍ୟ ଶାନ୍ତି ବାର୍ତ୍ତା ନେଇ ଆଲୋଚନା କରିଥିଲେ । ଏହା ପରେ ୨୦୦୫ରେ କଂଗ୍ରେସ ସରକାର ସମୟରେ ନୂଆଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସହିତ ସାକ୍ଷାତ କରିଥିଲେ ।

  

   Related Posts