scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଇକ୍ରୋସଫ୍ଟ ସହ ଯୋଡ଼ି ହେବେ ସାମ୍‌ ଅଲ୍ଟମ୍ୟାନ୍‌, ଏକ୍ସରେ ସୂଚନା ଦେଲେ ସତ୍ୟ ନାଡେଲା

20/11/2023 at 3:47 PM

ନୂଆଦିଲ୍ଲୀ: ଓପନଏଆଇର ପୂର୍ବତନ ସିଇଓ ସାମ୍‌ ଅଲ୍ଟମ୍ୟାନ ମାଇକ୍ରୋସଫ୍ଟରେ ଯୋଗଦେବାକୁ ଯାଉଛନ୍ତି। ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟରେ ଆହୁରି କହିଛନ୍ତି ଯେ, ସାମ୍ ଅଲ୍ଟମ୍ୟାନ ଏବଂ ଗ୍ରେଗ ବ୍ରାକମ୍ୟାନ ଏକ ନୂଆ ଏବଂ ଆଧୁନିକ ଏଆଇ ରିସର୍ଚ୍ଚ ଟିମ୍‌ର ନେତୃତ୍ବ କରିବେ।

ସେପଟେ ସୋମବାର ଓପନଏଆଇ ଟ୍ବିଚ୍‌ର ପୂର୍ବତନ ମୁଖ୍ୟ ଏମ୍ମେଟ ଶୀୟରଙ୍କୁ ଆଗାମୀ ସିଇଓ ଭାବରେ ନିଯୁକ୍ତ କରିଛି। ସାମ୍‌ ଅଲ୍ଟମ୍ୟାନ ଗତ ଶୁକ୍ରବାର ଓପନ ଏଆଇରୁ ବହିଷ୍କାର କରାଯାଇଥିଲା। ଓପନଆଇ ତାଙ୍କୁ ଏହା କହି ବରଖାସ୍ତ କରିଥିଲା ଯେ, ତାଙ୍କର ଯୋଗ୍ୟତା ଉପରେ ଆଉ କମ୍ପାନିର ଭରଷା ନାହିଁ।

ଆହୁରି ପଢ଼ନ୍ତୁ: ଓପେନ-ଏଆଇ ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କାର; ଭାରତୀୟ ମହିଳାଙ୍କୁ ଅନ୍ତରୀଣ ଦାୟିତ୍ବ

ସୂଚନାଥାଉକି, ଅଲ୍ଟମ୍ୟାନ୍‌ ୨୦୧୫ରେ ଓପନଏଆଇର ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ। ଗତ ବର୍ଷ ଚାଟ୍‌ଜିପିଟି ରିଲିଜ୍‌ ହେବା ପରେ ଅଲ୍ଟମ୍ୟାନ୍‌ ଏଆଇର ଫାଇଦା ଏବଂ ବିପଦ ଉପରେ ଚର୍ଚ୍ଚା କରିଥିବା ଲୋକଙ୍କ ମଧ୍ୟରୁ ଜଣେ।

   Related Posts