suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ହୃଦଘାତରେ ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ପରଲୋକ, ବାଥ୍‌ରୁମ୍‌ରୁ ମିଳିଲା ପ୍ରେମରାଜ ଅରୋରାଙ୍କ ମୃତ ଦେହ

25/05/2023 at 8:57 PM

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରୁ ପୁଣି ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣାଶୁଣା ବଡିବିଲ୍ଡର ତଥା ପୂର୍ବତନ ମିଷ୍ଟର ଇଣ୍ଡିଆ ପ୍ରେମରାଜ ଅରୋରାଙ୍କ ୪୨ ବର୍ଷ ବୟସରେ ହାର୍ଟଆଟ୍‌କରେ ପରଲୋକ ହୋଇଛି । କୋଟାରେ ତାଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ ୱର୍କଆଉଟ୍ କରିବା ପରେ ସେ ବାଥରୁମ୍ ଯାଇଥିଲେ । ତେବେ ଦୀର୍ଘ ସମୟ ଯାଏଁ ବାହାରକୁ ନଆସିବା ପରେ ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ବାଥରୁମରେ ଦେଖିଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ୩୬ ଘଣ୍ଟା ମଧ୍ୟରେ ଏଣ୍ଟରଟେନମେଣ୍ଟ ଦୁନିଆରୁ ଏହା ଦ୍ୱିତୀୟ ଘଟଣା । ବୁଧବାର ଟିଭି ଅଭିନେତା ନିତେଶ ପାଣ୍ଡେଙ୍କ ହୃଦଘାତରେ ପରଲୋକ ହୋଇଥିଲା ।

ତେବେ ସବୁଠୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଷ୍ଟ୍ରିକ୍ଟ ରୁଲ୍ ଫଲୋ କରିବା ପରେ ବି ପ୍ରେମରାଜ ଅରୋରାଙ୍କ ହୃଦଘାତରେ ପରଲୋକ ହୋଇଛି । ପ୍ରେମରାଜଙ୍କ ପରିବାର ଲୋକେ ନିଜେ ଏହି ସୂଚନା ଦେଇଛନ୍ତି । ପ୍ରେମରାଜ ଅରୋରା ବଡିବିଲ୍ଡର ହୋଇଥିବା କାରଣରୁ ସବୁବେଳେ ଡାଇଟ୍ ଫଲୋ କରୁଥିଲେ । କେବଳ ଏତିକି ନୁହେଁ, ସେ ସବୁ ପ୍ରକାଶ ନିଶାରୁ ମଧ୍ୟ ଦୂରେଇ ରହୁଥିଲେ ।

ପ୍ରେମରାଜ ୨୦୧୨ରେ ରାଜସ୍ଥାନର ସର୍ବଶ୍ରେଷ୍ଠ ପାୱାର ଲିଫ୍ଟିଂ ପୁରସ୍କାର ଜିତିଥିଲେ । ୨୦୧୪ରେ ନାଗପୁରରେ ଆୟୋଜିତ ପ୍ରତିଯୋଗିତାରେ ମିଷ୍ଟର ଇଣ୍ଡିଆ ହୋଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

   Related Posts