ପୂର୍ବତନ ସାଂସଦ ଜୟ ପ୍ରଦାଙ୍କୁ ଫେରାର୍ ଘୋଷଣା କଲେ କୋର୍ଟ

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ଜୟ ପ୍ରଦାଙ୍କୁ ଫେରାର୍ ଘୋଷଣା କଲେ କୋର୍ଟ। ତାଙ୍କ ବିରୋଧରେ ହୋଇଥିବା ଦୁଇଟି ମାମଲାରେ ଶୁଣାଣି ପାଇଁ ସମନ ସତ୍ତ୍ୱେ କୋର୍ଟରେ ହାଜର ନହେବାରୁ ମଙ୍ଗଳବାର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଫେରାର ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ଜୟ ପ୍ରଦା ବିଜେପି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ଆଚରଣ ବିଧି ଉଲ୍ଲଂଘନ ନେଇ ମାମଲା ହୋଇଥିଲା।  

ଏହି ମାମଲାରେ ଜୟ ପ୍ରଦାଙ୍କ ବିରୋଧରେ ୭ ଥର ଜାମିନି ବିହୀନ ପରୱାନା ଜାରି ହୋଇଥିବା ବେଳେ ସେ କୋର୍ଟରେ ହାଜର ହେଲେ ନାହିଁ। ତେଣୁ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ତାଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଶୋଭିତ ବନଶଲଙ୍କ ଅଧ୍ୟକ୍ଷତାରେ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ଡେପୁଟି ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ମାର୍ଚ୍ଚ ୬ ତାରିଖ ସୁଦ୍ଧା ଜୟ ପ୍ରଦାଙ୍କୁ କୋର୍ଟରେ ହାଜର କରାଇବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୁକ୍ତଙ୍କୁ କୋର୍ଟ ସେତେବେଳେ ଫେରାର୍ ଘୋଷଣା କରନ୍ତି ଯେତେବେଳେ ଅଭିଯୁକ୍ତ ବାରମ୍ବାର ସମନ ପରେ ଶୁଣାଣି ପାଇଁ କୋର୍ଟରେ ହାଜର ହୁଅନ୍ତି ନାହିଁ। ତାଙ୍କୁ ହାଜର କରାଇବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।

ପଢ଼ନ୍ତୁ-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଲାଗୁ ହେବ CAA, ଆବେଦନ ପାଇଁ ଅନଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ

ସୂଚନା ଥାଉକି, ଏକଦା ଜୟ ପ୍ରଦା ହିନ୍ଦୀ ଓ ତେଲଗୁ ସିନେମାର ଜଣେ ଖୁବ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ସେ ଦର୍ଶକଙ୍କୁ ଏକାଧିକ ହିଟ୍ ଫିଲ୍ମ ଦେଇଛନ୍ତି। ହେଲେ ୧୯୯୪ରେ ସେ ତେଲଗୁ ଦେଶମ ପାର୍ଟିରେ ଯୋଗ ଦେଇ ସିନେମା ଇଣ୍ଡଷ୍ଟ୍ରୀ ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ସେ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦ ହୋଇଛନ୍ତି। ୨୦୦୯ରେ ଜୟ ପ୍ରଦା ବିଜେପିରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.