ବିଜେଡି ଛାଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବିଜେପିରେ ମିଶିବେ

Published By : Prameya-News7 Bureau | March 03, 2024 IST

ଭଦ୍ରକ: ରାଜ୍ୟ ବଢ଼ିବାରେ ଲାଗିଛି ରାଜନୀତିକ ଉଷ୍ମତା। ଆଉ ଏମିତିରେ ଅସନ୍ତୁଷ୍ଟ ନେତା ତଥା ଆରମ୍ଭ କଲେଣି ଦଳଡିଆଁ। ଶୁକ୍ରବାର ବିଜେଡିର କିଛି ନେତା ବିଜେପିରେ ଯୋଗଦେଇଛନ୍ତି। ଏହି କ୍ରମରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେଡି ଛାଡ଼ିଛନ୍ତି। ତେବେ ଆସନ୍ତାକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଧ ଭାବେ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି । ସେପଟେ ରାଜୁ ଦାସଙ୍କ ଏହି ଘୋଷଣା ପରେ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି ହଟଚମଟ।

wp:embed {"url":"https://www.youtube.com/watch?v=6Oa_rCDKp48","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=6Oa_rCDKp48
/wp:embed

ସୂଚନାଥାଉକି, ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ଧାମନଗରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ରେ ପାର୍ଥି ହୋଇଥିଲେ ମଧ୍ୟ ବିଷ୍ଣୁ ସେଠୀଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୨୨ ମସିହା ଉପନିର୍ବାଚନରେ ସ୍ୱାଧୀନ ପାର୍ଥୀ ହୋଇ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ: ପଦ୍ମ ଧରିଲେ ଅରବିନ୍ଦ ଢାଲି, ବିଜେପିରେ ସାମିଲ ହେଲେ ଜୟଦେବ ବିଧାୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.