ବିଜେପିର ମିଶ୍ରଣ ପର୍ବ : ଦଳରେ ସାମିଲ ହେଲେ ଦୁଇ ପୂର୍ବତନ ବିଧାୟକ

Published By : Prameya-News7 Bureau | February 29, 2024 IST

ଭୁବନେଶ୍ବର ୨: ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ସାରସକଣାର ପୂର୍ବତନ ବିଜେଡ଼ି ବିଧାୟକ ଭାଦବ ହାଂସଦା । ଗୁରୁବାର ବିରାଟ ପାଟୁଆରରେ ଆସି ବିଜେପିରେ ମିଶିଲେ । ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏବଂ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସମୀର ମହାନ୍ତିଙ୍କ ଅନ୍ୟାନ୍ୟ ବିଜେପି ବିଧାୟକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ।

ସେହିପରି ଘସିପୁରାର ବିଜେପି ନେତା ପୃଥିବୀରାଜ କୁଅଁରଙ୍କ ନେତୃତ୍ୱରେ ଶତାଧିକ ବହୁ ବିଜେଡ଼ି ଓ କଂଗ୍ରେସ କର୍ମୀ ବିରାଟ ପଟୁଆରରେ ଆସି ବିଜେପିରେ ମିଶିଛନ୍ତି । ଆନନ୍ଦପୁରରୁ ଝାନ୍ସୀରାଣୀ ଦାସଙ୍କ ନେତୃତ୍ୱରେ ଅନେକ ବିଜେଡ଼ି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ନେତା ପ୍ରକାଶ ବେହେରାଙ୍କ ନେତୃତ୍ୱରେ ବିଜେଡ଼ି, କଂଗ୍ରେସ ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି  ।

You Can Read :

wp:embed {"url":"https://www.prameyanews7.com/monkey-havoc-stirs-panic-in-charampa-area-of-bhadrak-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/monkey-havoc-stirs-panic-in-charampa-area-of-bhadrak-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.