ସଡକ ଦୁର୍ଘଟଣାରେ ମାଲକାନଗିରି ପୂର୍ବତନ ବିଧାୟକ ନିମାଇଁ ସରକାର ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | August 27, 2022 IST

କୋରାପୁଟ ୨୭।୮: ସଡକ ଦୁର୍ଘଟଣାରେ ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର  ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କୋରାପୁଟ ପୌର ପରିଷଦ ଛକରେ ଦୁର୍ଘଟଣା ଘଟିଛି । ପୂର୍ବତନ ବିଧାୟକ ଜଣେ ସହଯୋଗୀଙ୍କ ସହ ବାଇକ୍‌ରେ ଯାଉଥିବା ସମୟରେ ଏକ କାଠ ବୋଝେଇ ଟ୍ରକ୍ ଧକ୍କା ବାଇକ୍‌କୁ ଧକ୍କା ଦେଇଥିଲା ।ଫଳରେ ସେ ଗୁରୁତର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.