କଂଗ୍ରେସରୁ ଇସ୍ତଫା ଦେଲେ ସୋର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ମୃତ୍ୟୁଞ୍ଜୟ ଜେନା

Published By : Prameya-News7 Bureau | April 19, 2019 IST

ସୋର ୧୯|୪: ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସରୁ ସୋର ବିଧାନସଭା ନିର୍ବଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ  ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ମୃତ୍ୟୁଞ୍ଜୟ ଜେନା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଏବଂ ବାଲେଶ୍ବର ଜିଲ୍ଲା କଂଗ୍ରେସ ଦଳିତ ସେଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇଥିବା କହିଛନ୍ତି । ପ୍ରାଥମିକ ସଦସ୍ୟରୁ ଇସ୍ତଫା ସହ ଜିଲ୍ଲା ଦଳିତ ସେଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାର ପ୍ରକାଶ କରିଥିଲେ। ସେ କଂଗ୍ରେସ ଛାଡିବା ପରେ କେଉଁ ଦଳରେ ଯୋଗ ଦେଉଛନ୍ତି ତାର ନିଷ୍ପତ୍ତି ନେଇ ନଥିବାର କହିଥିଲେ ।

ମୃତ୍ୟୁଞ୍ଜୟ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ସୋର ବିଧାନସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୫୨ହଜାର ୪ଶହ ୮ଖଣ୍ଡ ଭୋଟ୍ ପାଇଥିଲେ । ମାତ୍ର ୪ହଜାର ୯ଶହ ୧୧ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । କଂଗ୍ରେସ ଦଳର ସ୍ଥାନୀୟ ଏବଂ ଉଚ୍ଚ କର୍ମକର୍ତ୍ତା ତଥା ନେତାମାନେ ତାଙ୍କୁ ଅଣଦେଖା କରିବାରୁ ସେ କଂଗ୍ରେସ ଦଳରେ ଅଣନିଶ୍ବାସୀ ହୋଇପଡୁଥିବା କହି କଂଗ୍ରେସ ଛାଡୁଥିବାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.