scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମନ୍ତ୍ରୀ ଏନୋସ ଏକ୍କାଙ୍କୁ ୭ ବର୍ଷ ଜେଲ୍, ୨ କୋଟି ଟଙ୍କା ଜରିମନା

23/04/2020 at 12:21 PM

ରାଞ୍ଚି ୨୩।୪: ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମନ୍ତ୍ରୀ ଏନୋସ ଏକ୍କାଙ୍କୁ ଇଡି କୋର୍ଟ ୭ ବର୍ଷ ପାଇଁ ଦଣ୍ଡିତ କରିଛନ୍ତି । ଏହାସହ ୨ କୋଟି ଟଙ୍କା ଜରିମନା ମଧ୍ୟ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ପରେ ଇଡି କୋର୍ଟ ପୂର୍ବତନ ମନ୍ତ୍ରୀଙ୍କୁ ଦଣ୍ଡିତ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଏନୋସ ଏକ୍କା ୨୦ କୋଟି ୩୧ ଲକ୍ଷ ୭୭ ହଜାର ଟଙ୍କା ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମାର୍ଚ୍ଚ ୨୧ରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ୪ଥର ଦଣ୍ଡ ଘୋଷଣା ତାରିଖକୁ ଘୁଞ୍ଚାଇବାକୁ ପଡିଲା ।

ଏହି ମାମଲାରେ ୨୦୦୯ ଅକ୍ଟୋବରରେ ଇନୋସ ଇକ୍କାଙ୍କ ବିରୋଧରେ ଇଡି ଏଫଆଇଆର ଦାଖଲ କରିଥିଲା । ଇଡି କୋର୍ଟରେ ୫୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ପୂର୍ବତନ ମନ୍ତ୍ରୀ ତାଙ୍କ ପ୍ରତିରକ୍ଷାରେ ୭୧ ସାକ୍ଷୀ ଉପସ୍ଥାପନ କରିଥିଲେ । ଏହାପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୨୫ରେ ସିବିଆଇ କୋର୍ଟ ପୂର୍ବତନ ମନ୍ତ୍ରୀଙ୍କୁ ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କାର ଜରିମନା କରିଛନ୍ତି । ପୂର୍ବତନ ମନ୍ତ୍ରୀଙ୍କ ବ୍ୟତୀତ ତାଙ୍କ ପତ୍ନୀ ମେନନ୍ ଏକ୍କା ଏବଂ ଏହି ମାମଲାରେ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ୭-୭ ବର୍ଷ ଏବଂ ୫୦-୫୦ ଲକ୍ଷ ଜରିମାନା ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଏନୋସ ଏକ୍କା, ତାଙ୍କ ପତ୍ନୀ ମେନନ୍ ଏକ୍କାଙ୍କ ସମେତ ପରିବାରର ୫ଜଣ ସଦସ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାଞ୍ଚିର ହୋଟୱାର ଜେଲରେ ୭ ବର୍ଷ କାରାଦଣ୍ଡ ଭୋଗୁଛନ୍ତି । ପାରା ଶିକ୍ଷକ ହତ୍ୟା ମାମଲାରେ ଏନୋସ ଏକ୍କା ଆଗରୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

   Related Posts