ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ବିୟୋଗରେ ଶୋକର ଛାୟା

Published By : Prameya-News7 Bureau | January 28, 2019 IST

ଭୁବନେଶ୍ବର ୨୮|୧: ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ । ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ୯୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି  । ସେ  ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ । ଏହାସହ ୨୦୦୪ରୁ ୨୦୦୯ ବାଙ୍ଗିରିପୋଷିରୁ ବିଜେଡି ବିଧାୟକ ଥିଲେ । ମୃତ୍ୟୁ ପରେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ଘର ମୟୁରଭଞ୍ଜ ନିଆଯାଇ ସେଠାରେ ଆଦିବାସୀ ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

{"id":79130}

୯୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।  କିଛି ଦିନ ଧରି ରୋଗଶଯ୍ୟାରେ ପଡ଼ି ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ପାର୍ଥିବ ଶରୀରକୁ ପ୍ରତମେ ସୂର୍ଯ୍ୟନଗର ବାସଭବନ ଓ ପରେ ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ତାଙ୍କର ଶେଷ ଦର୍ଶନ କରିଥିଲେ ଦଳୀୟ ନେତା ଆଉ କର୍ମୀ । ସେଠାରୁ ତାଙ୍କର ଜନ୍ମଭୂମି ମୟୁରଭଞ୍ଜକୁ ନିଆଯାଇ ଆଦିବାସୀ ପରମ୍ପରା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

{"id":79127}

ଲମ୍ବା ରାଜନୈତିକ କ୍ୟାରିୟର ଚୈତନ୍ୟ ପ୍ରସାଦ ମାଝିଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ୧୯୪୯ରେ କୋଲକାତା ବିଶ୍ବବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୫୧ରେ ସୁନ୍ଦରଗଡ଼ ବଣେଇ ବ୍ଲକରେ ଏଡିଡବ୍ଲୁଓ ଭାବେ ନିଯୁକ୍ତି ପାଇ ଜଣେ ସରକାରୀ ଚାକିରିଆ ହିସାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୭୨ରେ କଂଗ୍ରେସ ଦଳରେ ଯୋଗଦେଇ ରାଜ୍ୟସଭାକୁ ଯାଇଥିଲେ । ଆଉ ପେଟ୍ରୋଲିୟମ ଆଣ୍ଡ କେମିକାଲସ୍‌ ବିଭାଗରେ ଜୁନିଅର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୯ରେ ଓପିଏସସିରେ ମେମ୍ବର ଭାବେ କାର୍ଯ୍ୟ କରିଥିଲେ । କିଛି ବର୍ଷର ବ୍ୟବଧାନ ପରେ ପୁଣି ସକ୍ରୀୟ ରାଜନୀତିକୁ ଓହ୍ଲାଇଥିଲେ ଚୈତନ୍ୟ ପ୍ରସାଦ ମାଝୀ ।

{"id":79131}

୧୯୬୮ରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କେବଳ ରାଜନୀତି ନୁହେଁ ଆଦିବାସୀ ଓ ଦଳିତଙ୍କ ଉନ୍ନତି ପାଇଁ ସେ ଏନଜିଓ ମାଧ୍ୟମରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି । ୨୦୦୪ରେ ପୁଣି ଥରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।  ୨୦୦୯ରୁ ସକ୍ରିୟ ରାଜନୀତିରୁ ବିଦାୟ ନେଇଥିଲେ ଚୈତନ୍ୟ ପ୍ରସାଦ ମାଝି । ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ୍‌ ହେଉଛନ୍ତି ଚୈତନ୍ୟ ମାଝିଙ୍କ ଝିଅ ।

{"id":79128}

ଜଣେ ଟାଣୁଆ ଆଦିବାସୀ ନେତା ଭାବେ ଖୁବ୍‌ ଲୋକପ୍ରିୟ ଥିଲେ ଚୈତନ୍ୟ ପ୍ରସାଦ ମାଝି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.