ମେଳାଳୟ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପରଲୋକ
8/03/2023 at 5:45 PM

ଶିଲଂ: ମେଘାଳୟର ପୂର୍ବତନ ଅର୍ଥମନ୍ତ୍ରୀ, ଏଏଚ୍ ସ୍କଟ୍ ଲିଙ୍ଗଦୋହଙ୍କର ପରଲୋକ ହୋଇଛି। ବୟସାଧିକ କାରଣରୁ ବୁଧବାର(୮ମାର୍ଚ୍ଚ୨୦୨୩) ଆଖି ବୁଜିଛନ୍ତି ଲିଙ୍ଗଦୋହ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।
ତାଙ୍କ ବିୟୋଗ ସମ୍ପର୍କରେ ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ। ଗତକାଲି ରାତିରେ ତାଙ୍କର ବିୟୋଗ ହୋଇଛି। ଆଜି ୱେଇକିଂରେ ଥିବା ଜାୟବ ପ୍ରସବେଟେରିଆନ ମଶାଣୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ସ୍କଟ ଲିଙ୍ଗଦୋହଙ୍କର ପତ୍ନୀଙ୍କ ସମେତ ୪ ସନ୍ତାନସନ୍ତତୀ ଅଛନ୍ତି। ସ୍କଟ୍ ରାଜନେତା ପୂର୍ବରୁ ଅମଲା ଭାବେ ଦେଶ ତଥା ରାଜ୍ୟରେ ସେବା କରିଥିଲେ। ସେ ମିଜୋରାମର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ସମ୍ଭାଳି ୧୯୮୭ରେ ଇସ୍ତଫା ଦେଇଥିଲେ।
ଏହାପରେ ୧୯୯୩ରେ ସେ ରାଜନୀତିରେ ପାଦ ଦେଇତିଲେ। ଜାୟବ ବିଧାନସଭା ଆସନରୁ ନିର୍ବାଚିତ ହୋଇ ୧୯୯୩ରୁ ୨୦୦୩ ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ। ସ୍କଟ୍ ମେଘାଳୟର ଅର୍ଥମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।