ବର୍ଷେ ପରେ ଜେଲରୁ ମୁକୁଳିଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ: ଜେଲ୍‌ ବାହାରେ ଧୁମ୍‌ଧାମ୍‌ରେ ସ୍ୱାଗତ କଲେ ସମର୍ଥକ

Published By : Prameya-News7 Bureau | December 28, 2022 IST

ମୁମ୍ବାଇ: ଦୁର୍ନୀତି ମାମଲାରେ ଫସି ଜେଲ୍‌ରେ ଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖ ଶେଷରେ ମୁକୁଳିଛନ୍ତି। ମୁମ୍ବାଇର ଅର୍ଥର ରୋଡ୍ ଜେଲ୍‌ରେ ବର୍ଷେକାଳ କାରାଗାର ଭୋଗିବା ପରେ ଆଜି ତାଙ୍କୁ ବେଲ୍‌ ମିଳିଛି।

ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ ବଡ଼ ଧୁମ୍‌ଧାମମରେ ସ୍ୱାଗତ କରାଯାଇଛି। ତାଙ୍କ ସମର୍ଥକମାନେ ଫୁଲତୋଡ଼ା ଦେବା ସହ ବେଣ୍ଡ୍ ବାଜା ବଜାଇ ତାଙ୍କୁ ସ୍ୱାଗତ କରିଛନ୍ତି। ୭୨ ବର୍ଷୀୟ ଅନୀଲଙ୍କ ବିରୋଧରେ ଲାଞ୍ଚ ନେବା ଓ ପୁଲିସ ସାହାଯ୍ୟରେ ବାର୍ ଓ ଦୋକାନରୁ ଦାଦା ବଟି ଆଦାୟ କରିବା ଅଭିଯୋଗ ରହିଥିଲା। ଏହି ମାମଲାରେ ସିବିଆଇ ତଦନ୍ତ କରୁଛି।

ଅକ୍ଟୋବର ୨୬ ତାରିଖରେ ବମ୍ବେ ହାଇକୋର୍ଟରେ ବେଲ୍ ଆବେଦନ କରିଥିଲେ ଅନୀଲ ଦେଶମୁଖ। ଯାହାକୁ ବିରୋଧ କରିଥିଲା ସିବିଆଇ। ଅନୀଲ ନିଜ ପଦମର୍ଯ୍ୟାଦାର ଦୁର୍ବ୍ୟବହାର କରିଛନ୍ତି। ସେ ମୁମ୍ବାଇରୁ ବିଭିନ୍ନ ବାର୍‌ରୁ ପୁଲିଙ୍କ ଦ୍ୱାରା ୪.୭୦ କୋଟି  ଆଦାୟ କରିଛନ୍ତି ବୋଲି ସିବିଆଇ ଅଭିଯୋଗ ଲଗାଇଥିଲା।

ସୂଚନା ଥାଉକି ଦୁର୍ନୀତି ଅଭିଯୋଗେ ଅନୀଲଙ୍କୁ ନଭେମ୍ବର ୨୦୨୧ରେ ଇଡି ଗରିଫ କରିଥିଲା। ତେବେ ଦୁର୍ନୀତି ଅଭିଯୋଗେ ଅନୀଲଙ୍କୁ ନବେମ୍ବର ୨୦୨୧ରେ ଇଡି ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.