scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଂଗ୍ରେସ ଛାଡ଼ିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, ଅନ୍ୟ ତିନି ବିଧାୟକଙ୍କୁ ନେଇ ବିଜେପିରେ ହୋଇପାରନ୍ତି ସାମିଲ

12/02/2024 at 3:36 PM

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅଶୋକ ଚୌହାନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଧୋର ଧରିଛି । ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ମହାରାଷ୍ଟ୍ର ସରକାରରେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀ କଂଗ୍ରେସ ସହ ୪୮ ବର୍ଷର ସମ୍ପର୍କକୁ ଛିନ୍ନ କରି ପାର୍ଟିରୁ ଅଲଗା ହୋଇଥିଲେ ।

ଲୋକସଭା ଏବଂ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ପାଇଁ ବଡ଼ ଝଟକା ରୂପେ ଦେଖାଯାଉଛି । ଚର୍ଚ୍ଚା ଅନୁସାରେ ବିଜେପି ଏହି ବରିଷ୍ଠ ନେତାଙ୍କୁ ରାଜ୍ୟସଭା ପଠାଇପାରେ । ତେବେ ତିନି ଅନ୍ୟ ବିଧାୟକ ମଧ୍ୟ ଚୌହାନଙ୍କ ସହ ପାର୍ଟି ଛାଡ଼ି ପାରନ୍ତି । ଖବର ଅନୁସାରେ ଚୌହାନଙ୍କ ସହ ଅନ୍ୟ ତିନି ବିଧାୟକ ସୁଭାଷ ଧୋତେ, ଜିତେଶ ଅନ୍ତରପୁରତର ଏବଂ ଅମର ରାଜପୁରକର ମଧ୍ୟ ପାର୍ଟି ବଦଳାଇ ପାରନ୍ତି ।

ଅଶୋକ ଚୌହାନ ୨୦୦୮-୧୦ ଯାଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ବାପା ଏସବି ଚୌହାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ । ଆଦର୍ଶ କୋ-ଅପୋରେଟିଭ୍ ହାଉସିଂ ସୋସାଇଟି ସ୍କାମ ପରେ ଅଶୋକ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅଭିଯୋଗ ଥିଲା ଯେ ସେନାର ଜମିକୁ ରାଜନେତା ଏବଂ ସୈନ୍ୟ ଅଧିକାରୀମାନେ ହଡ଼ପ କରି ନେଇଥିଲେ ।

   Related Posts