କଂଗ୍ରେସ ହିଁ ଏକମାତ୍ର ବିକଳ୍ପ, ଏମିତି କହି ପ୍ରଶଂସା କଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ
11/11/2023 at 4:40 PM

ଜୟପୁର ୧୧।୧୧: କଂଗ୍ରେସରେ ଯୋଗଦେବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କିନ୍ତୁ କେବେ ହାତ ଧରିବେ ଏକଥା ସ୍ଥିର ହୋଇନାହିଁ ବୋଲି ନିଜେ ଜୟରାମ ପାଙ୍ଗୀ କହିଛନ୍ତି । ଆସନ୍ତା ୧୬ ତାରିଖରେ ଜୟରାମ ପାଙ୍ଗୀ ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ନିଜେ ଜୟରାମ ପାଙ୍ଗୀ ମଧ୍ୟ ଏହି କଥା ନିଜ ଫେସବୁକରେ ଲେଖିଥିଲେ । ହେଲେ ଛତିଶଗଡ଼ରେ ନିର୍ବାଚନ ଚାଲିଥିବାରୁ ମିଶ୍ରଣ ପର୍ବ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି । ତେବେ କଂଗ୍ରେସ ହିଁ ତାଙ୍କ ପାଇଁ ଏକମାତ୍ର ବିକଳ୍ପ ବୋଲି କହି କଂଗ୍ରେସକୁ ପ୍ରଶଂସା କରିଛନ୍ତି ।
ସେପଟେ ଜୟପୁର ବିଧାୟକ କହିଛନ୍ତି, ଏବେ ମଳ ମାସ ଚାଲିଛି । ଏହି ମାସ ସରିବା ପରେ ହିଁ ଦଳର ମିଶ୍ରଣ ପର୍ବ ହେବ । ତେବେ କିଏ କିଏ ଓ କେବେ ଦଳରେ ସାମିଲ ହେବେ ଏକଥା ରାଜ୍ୟ ସଭାପତି କହିପାରିବେ ବୋଲି ତାରା ବାହିନୀପତି କହିଛନ୍ତି । ଗମାଙ୍ଗ ପରିବାର ସହ ପାଙ୍ଗୀ ଓ ରାଜ୍ୟର ଅନେକ ନେତା ହାତ ଧରିବେ ବୋଲି ଗତ କିଛି ମାସ ହେବ ଚର୍ଚ୍ଚା ଜୋର ଧରିଛି ।
You Can Read :